ଚୋରା ମହୁଲି ମଦ ଜବତ, ୨ ଜଣ ଗିରଫ

ଠାକୁରମୁଣ୍ଡା : ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଅବକାରୀ ଥାନା ଅନ୍ତର୍ଗତ ଜଡ଼ିବେଡା ଓ ସୁନାରିପୋଷି ଗ୍ରାମରୁ ସୋମବାର ଦିନ ଅବକାରୀ ବିଭାଗ ର କର୍ମଚାରୀମାନେ ଚୋରାରେ ମହୁଲିମଦ ବିକ୍ରି କରୁଥିବା ୨ ଜଣ ବ୍ୟକ୍ତିଙ୍କୁ ଗିରଫ କରିବା ସହ ସେମାନଙ୍କର ନିକଟରୁ ୫୭ ଲିଟର ମଦ ସହ ବ୍ୟବହୃତ ଏକ ସାଇକେଲକୁ ଜବତ କରିଛି। ଏହି ଚଢ଼ାଉ ରେ ଠାକୁରମୁଣ୍ଡା ଅବକାରୀ ଥାନା ଅଧିକାରୀ କ୍ଷିତିଶ ଦାଶ, ଇନ୍ସପେକ୍ଟର ଶ୍ରୀଧର ଦାସ,ଏଏସଆଇ ରଘୁନାଥ ଲୋହାର, କନେଷ୍ଟବଳ ପାର୍ବତୀ ମାରାଣ୍ଡି, କାଳିଚରଣ ଟୁଡୁ,ସତ୍ୟନାରାୟଣ ରଣସିଆ ଚଢଉ କରିଥିଲେ।ଚଢ଼ାଉ ବେଳେ କେନ୍ଦୁଜିଆଣି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜଡ଼ିବେଡା ଗ୍ରାମର ରାଜୁ ମାଝି କେନ୍ଦୁଜିଆଣି ର ସାପ୍ତାହିକ ହାଟରେ ବିକ୍ରି କରିବାକୁ ଆଣିଥିବା ୩୫ ଲିଟର ମଦ ସହ ଏକ ସାଇକେଲ ଏବଂ ସୁନାରିପୋଷି ଗ୍ରାମର ମାଶା ସୋରେନ ଘରେ ରଖି ବିକ୍ରି କରୁଥିବା ୨୨ ଲିଟର ମଦକୁ ଜବତ କରିଥିବାର ବିଭାଗ ପକ୍ଷରୁ ପ୍ରକାଶ ।