ବଗିଚାରୁ ସାର ଓ ଯନ୍ତ୍ରପାତି ଚୋରୀ ଅଭିଯୋଗରେ ଦୁଇ ଯୁବକ ଗିରଫ

ପାଟଣା : ପାଟଣା ଥାନା ଅନ୍ତର୍ଗତ ଗୋଜାପଥର ଗ୍ରାମର ହୃଷିକେଶ ମହାନ୍ତଙ୍କ ବଗିଚାରୁ ଗତ ୫ ତାରିଖ ରାତିରେ ଏକ ଗାତଖୋଳା ଯନ୍ତ୍ର ସହ ୩ ବସ୍ତା ସାର ଚୋରୀ ହୋଇଥିବା ପାଟଣା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ଥାନା ଆରକ୍ଷୀ ଉପ ନୀରିକ୍ଷକ ଶିବ ଶଙ୍କର ଆଲଦା ଘଟଣାର ଛାନଭିନ୍ କରିବା ପରେ ଏହି ଚୋରୀରେ ସଂପୃକ୍ତ ବଡପଶି ଗ୍ରାମର ମନୋରଞ୍ଜନ ଜେରେଇ(୨୫) ଓ ଦାଶରଥି ଜେରେଇ(୩୫)ଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି । ସେମାନଙ୍କଠାରୁ ଚୋରୀ ସାମଗ୍ରୀ ଜବତ କରାଯାଇଥିବା ଥାନାଧିକାରୀ ରାଜେନ୍ଦ୍ର ସ୍ୱାଇଁଙ୍କଠାରୁ ପ୍ରକାଶ ।

Comments are closed.