ଟ୍ରକ ଚାଳକଙ୍କୁ ମାଡ଼ ମାରି ଟଙ୍କା ଛଡ଼ାଇ ନେବା ଘଟଣାରେ ଦୁଇ ଗିରଫ

ପାଟଣା:  ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ଥାନା ଅଞ୍ଚଳ ବାଉଁସୁଳୀ ଛକରେ ଉଖୁଣ୍ଡା ଆଡ଼ୁ ଆସୁଥିବା ଏକ ଲୁହା ପଥର ବୋଝେଇ ଟ୍ରକକୁ ଅଟକାଇ ବାଇକରେ ଆସିଥିବା ତିନି ଜଣ ଯୁବକ ଏହାର ଚାଳକଙ୍କୁ ମାଡ଼ ମାରି ମୋବାଇଲ ଓ ନଗଦ ତିନି ହଜାର ଟଙ୍କା ଛଡ଼ାଇ ନେଇଥିବା ଥାନାରେ ଅଭିଯୋଗ ହୋଇଥିଲା। ଟ୍ରକ ଚାଳକ ଉଖୁଣ୍ଡା ଗୋପୀଵହ୍ଲବପୁର ଗ୍ରାମର ଅଭିମନ୍ୟୁ ମହାନ୍ତଙ୍କ ଅଭିଯୋଗ କ୍ରମେ ତୁରୁମୁଙ୍ଗା ଥାନା ଏସଆଇ ସୁଶାନ୍ତ ମଣି ମହାନ୍ତି ଘଟଣାର ତଦନ୍ତ କରି ଘଟଣାରେ ସଂପୃକ୍ତ ଦୁଇ ଜଣ ବାଉଁଶୁଳୀ ଭଲୁଦା ଗ୍ରାମର ହିରାଲାଲ କମାର (୩୦) ଓ ରାମଚନ୍ଦ୍ର ପୁର ଥାନା ଲୁଣିଆ ଗ୍ରାମର ଶିଶିର କୁମାର ନାଥ(୩୧) ଙ୍କୁ ଗିରଫ କରିଛନ୍ତି। ସେମାନଙ୍କ ସହ ଥିବା ଅନ୍ୟ ଜଣେ ଯୁବକ ବାଇକ ସହ ଫେରାର ହୋଇଯାଇଥିବା ସୂଚନା ମିଳିଛି। ତେବେ ଗିରଫ ଦ୍ବୟଙ୍କ ଠାରୁ ଟଙ୍କା କିମ୍ବା ମୋବାଇଲ ମିଳିନଥିବା ବେଳେ ତୃତୀୟ ବ୍ୟକ୍ତି ଜଣକ ଏହା ନେଇ ଫେରାର ଥିବା କୁହାଯାଉଛି।

Comments are closed.