ଅଗଷ୍ଟ ୨୧ ରୁ +୨ ନାମଲେଖା ପାଇଁ ଆବେଦନ ଆରମ୍ଭ, ସେପ୍ଟେମ୍ବର ୯ରେ ମେରିଟ ଲିଷ୍ଟ

ଭୁବନେଶ୍ବର: ଅଗଷ୍ଟ ୨୧ରୁ +୨ ନାମଲେଖା ପାଇଁ ଛାତ୍ରଛାତ୍ରୀ ଆବେଦନ କରିପାରିବେ। ନାମଲେଖା ପାଇଁ ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୪ ମଧ୍ୟରେ ସାମ୍ସ (SAMS) ସେଣ୍ଟର ଜରିଆରେ ଅନଲାଇନରେ ଛାତ୍ରଛାତ୍ରୀମାନେ ଆବେଦନ କରିବେ।  ସେପ୍ଟେମ୍ବର ୯ରେ ମେରିଟ ଲିଷ୍ଟ ପ୍ରକାଶ ପାଇବ। ଏ ନେଇ ବୁଧବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

କରୋନା ପାଇଁ ରାଜ୍ୟ ସରକାର ନାମଲେଖା ଆବେଦନ ଦେୟ କମାଇଛନ୍ତି । ସାଧାରଣ ବର୍ଗ ଓ ଏସି/ଏସଟି ପିଲାଙ୍କ ପାଇଁ ୧୦୦ ଟଙ୍କା କମାଇଛନ୍ତି। ଚଳିତ ବର୍ଷ ସାଧାରଣ ବର୍ଗ ପିଲାଙ୍କ ପାଇଁ ଆବେଦନ ଦେୟ ୨୦୦ ଶହ ଟଙ୍କା ରହିଛି। ସେହିପରି ଏସି/ଏସିଟି ଛାତ୍ରଛାତୀଙ୍କ ପାଇଁ ୧୦୦ ଟଙ୍କା ରଖାଯାଇଛି ।

Comments are closed.