ଆସନ୍ତା ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ଦୁଇ ଆଡ଼ମିଶନ ବିଜ୍ଞପ୍ତି

ଭୁବନେଶ୍ୱର : ଆସନ୍ତା ସପ୍ତାହ ଭିତରେ ଯୁକ୍ତ ଦୁଇ ଆଡ଼ମିଶନ ନେଇ ବିଜ୍ଞପ୍ତି ପ୍ରକାଶ କରିବେ ସରକାର। ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇଛି। ତେଣୁ ସରକାର ଆଡ଼ମିଶନ ନେଇ ମଧ୍ୟ ପ୍ରକ୍ରିୟା ଆରମ୍ଭ କରିଛନ୍ତି।  ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ମନ୍ତ୍ରୀ କହିଛନ୍ତି ଯଥାଶିଘ୍ର ଆଡମିଶନ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ ଏଣୁ ଛାତ୍ରଛାତ୍ରୀ ମାନେ ବ୍ୟସ୍ତ ବିବ୍ରତ ହୁଅନ୍ତୁ ନାହିଁ ।

ଏହା ସହ ଚଳିତ ବର୍ଷ ଜିରୋ ରେଜଲ୍ଟ ହୋଇଥିବା ୩୧ ଟି ସ୍କୁଲ୍ ର ପ୍ରଧାନ ଶିକ୍ଷକଙ୍କ ସହ ଖୁବ୍ ଶୀଘ୍ର ନିଜେ ଆଲୋଚନା କରିବେ ମନ୍ତ୍ରୀ । ପଚାରି ବୁଝିବେ କେଉଁଠି ତ୍ରୁଟି ରହିଲା ଓ ସ୍କୁଲ୍ ରେ କେତେ ପିଲା ପଢୁଥିଲେ। ସୂଚନା ଯୋଗ୍ୟ ଯେ ଗତ ବର୍ଷ ୮୨ ଟି ସ୍କୁଲ୍ ରେ ଜିରୋ ରେଜଲ୍ଟ ହୋଇଥିବା ବେଳେ ଚଳିତ ବର୍ଷ ଏହା ହ୍ରାସ ପାଇ ୩୧ କୁ ପହଁଚିଛି।

ସେପଟେ ରାଜ୍ୟର ୧୦୧ ଉତ୍କର୍ଷ ବିଦ୍ୟାଳୟ, ୩୦ ଜିଲ୍ଲାର ୩୦ ଟି ଯୁକ୍ତ ଦୁଇ କଲେଜ୍ ଓ ଶିକ୍ଷକ ଶିକ୍ଷା କଲେଜ୍ ର ଶିକ୍ଷକଙ୍କୁ ମିଳିବ ଅନଲାଇନ ତାଲିମ୍। ୧୦୧ ସ୍କୁଲ୍ ରୁ ଦୁଇଜଣ ଲେଖାଏଁ, ଯୁକ୍ତ ଦୁଇ ଓ ଶିକ୍ଷକ ଶିକ୍ଷା କଲେଜ୍ ରୁ ଜଣେ ଲେଖାଏଁ ଶିକ୍ଷକଙ୍କୁ ଦିନକୁ ଦୁଇ ଘଣ୍ଟା ଲେଖାଏଁ ତାଲିମ୍ ଦିଆଯିବ। ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ଆସନ୍ତା ୪ ତାରିଖରୁ ୫ ଦିନ ଧରି ଟ୍ରେନିଂ ଦିଆଯିବ। ଅନଲାଇନ ଶିକ୍ଷା ନେଇ ତାଲିମ୍ ଦିଆଯିବ। ଏସବୁ ଶିକ୍ଷାନଷ୍ଠାନ ଗୁଡ଼ିକରେ ଶିକ୍ଷାଦାନ ଯେପରି କରୋନା ପାଇଁ ପ୍ରଭାବିତ ନହେଉ ଏବଂ ରେଜଲ୍ଟ ହାର ବଢୁ ସେଥିଲାଗି ଏହି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ।

Comments are closed.