କମିଶନରେଟ୍‍ ପୁଲସ ପକ୍ଷରୁ ୨ଟି ଆପ୍‍ ର ଶୁଭାରମ୍ଭ

ଭୁବନେଶ୍ୱର : ଭୁବନେଶ୍ୱର-କଟକ କମିଶନରେଟ ପୋଲିସ ପକ୍ଷରୁ ଗୁରୁବାର ଦୁଇଟି ଆପର ଶୁଭାରମ୍ଭ କରାଯାଇଛି। ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ‘କୁଣ୍ଡଳୀ’ ଓ ‘ସନ୍ଧାନ’ ନାମରେ ଦୁଇଟି ଆପର ଶୁଭାରମ୍ଭ କରିଛନ୍ତି। ଏହି ଆପରେ ଚୋରଙ୍କ ତଥ୍ୟ ମିଳିବ। ଏହାସହ ଚୋରି ସାମଗ୍ରୀ ସମ୍ପର୍କରେ ମଧ୍ୟରେ ସୂଚନା ମିଳପାରିବ।
ସୂଚନା ଅନୁଯାୟୀ, ‘କୁଣ୍ଡଳୀ’ ଆପରେ ଅପରାଧୀର ଅପରାଧ ପଞ୍ଜିକା ରହିବ। ‘ସନ୍ଧାନ’ ଆପ୍‍ ରେ ଚୋରି ସାମଗ୍ରୀ ଓ ଅପରାଧୀ ସଂପର୍କରେ ବିସ୍ତୃତ ତଥ୍ୟ ରହିବ। ଚୋରଙ୍କ ସମ୍ପର୍କରେ ଜାଣିବାକୁ ‘କୁଣ୍ଡଳି’ ଓ ଚୋରି ସାମଗ୍ରୀ ସମ୍ପର୍କରେ ଜାଣିବାକୁ ‘ସନ୍ଧାନ’ ଆପ୍‍ ବ୍ୟବହାର କରିହେବ। ଭୁବନେଶ୍ୱର ଡିସିପି ଅଫିସରୁ ଏହି ଆପକୁ ସଞ୍ଚାଳନ କରାଯିବ।

Comments are closed.