ବ୍ୟାଙ୍କ କର୍ମଚାରୀଙ୍କୁ ଖେଳନା ବନ୍ଧୁକ ଦେଖାଇ ୨.୮ ଲକ୍ଷ ଟଙ୍କା ଲୁଟ୍

ଭୁବନେଶ୍ବର: ନନ୍ଦନ ବିହାରର ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କରୁ ଲୁଟ୍ ହୋଇଛି ୨ ଲକ୍ଷ ୮୦ ହଜାର ଟଙ୍କା । ବ୍ୟାଙ୍କରେ ମାତ୍ର ୨ ଜଣ କର୍ମଚାରୀ ଥିଲେ ଓ କୌଣସି ସୁରକ୍ଷା କର୍ମୀ ନ ଥିଲେ । ଏହାର ସୁଯୋଗରେ କିଛି ଦୁବୃର୍ତ ଖେଳନା ବନ୍ଧୁକ ଦେଖାଇ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ସୂଚନା ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚିଛି ।

ଘଟଣା ସମୟରେ ବ୍ୟାଙ୍କରେ କୌଣସି ଗ୍ରାହକ  ନ ଥିଲେ । ଅଭିଯୁକ୍ତ ମୁହଁରେ ମାସ୍କ, ମୁଣ୍ଡରେ ହେଲମେଟ ଓ ହାତରେ ଗ୍ଲୋଭ୍ସ ପିନ୍ଧି ବ୍ୟାଙ୍କରେ ପହଞ୍ଚିଥିଲା ଏବଂ କର୍ମଚାରୀଙ୍କୁ ନକଲି ବନ୍ଧୁକ ଦେଖାଇ ଟଙ୍କା ଲୁଟି ନେଇଥିବା ସୂଚନା ମିଳିଛି ।

Comments are closed.