ବିଦ୍ୟୁତ୍‍ ଆଘାତରେ କାର୍ଯ୍ୟରତ ଶ୍ରମିକ ମୃତ

କଲମପୁର : ଗ୍ରାମ ବିଦ୍ୟୁତି କରଣ ଯୋଜନା ଦାଇତ୍ୱରେ ଥିବା ଲେଜର କମ୍ପାନୀରେ କର୍ତ୍ତବ୍ୟ ରତ ଜନୈକ ଶ୍ରମିକର ବିଦ୍ୟୁତ୍‍ ଆଘାତରେ ମୃତ୍ୟୁ ବରଣ କରିବା ଭଳି ଘଟଣା ଥୁଆମୁଳ ରାମପୁର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।
ପ୍ରାପ୍ତ ସୂଚନା ଅନୁସାରେ, କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ଥାନା ଅଧିନସ୍ଥ ପଡେପଦର ପଞ୍ଚାୟତ ଅନ୍ତର୍ଗତ ଫୁକିଜାଲ ଗ୍ରାମର ମଧୁ ମାଝୀଙ୍କ ୩୪ ବର୍ଷ ବୟସ୍କ ପୁଅ ତୁଳାରାମ ଗତ କିଛି ବର୍ଷ ଧରି ଲେଜର ନାମକ ଏକ କମ୍ପାନୀରେ ବିଦ୍ୟୁତ ଶ୍ରମିକ ଭାବେ ନିୟୋଜିତ ହୋଇ କାର୍ଯ୍ୟ କରି ଆସୁଥିଲେ। କମ୍ପାନୀ ତରଫରୁ ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ନିୟୋଜିତ ଥିଲେ। ଗତ ୧୨ ତାରିଖ ଦିନ ଏକ ବିଦ୍ୟୁତ୍‍ ଖୁଣ୍ଟ ଚଢି ବିଦ୍ୟୁତ୍‍ ସଜାଡୁଥିବା ବେଳେ ହଠାତ୍‍ ବିଦ୍ୟୁତ ସସ୍ପର୍ଷରେ ଆସି ଛିଟିକି ହୋଇ ପଡିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ତୁରନ୍ତ ବ୍ରହ୍ମପୁର ମେଡିକାଲ କଲେଜର ପ୍ରଥମେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସେଠାରୁ ଭୁବନେଶ୍ୱର ସ୍ଥିତ କିମସ୍‍ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏନେଇ ଭୁବନେଶ୍ୱର ଇନ୍‍ଫୋସିଟି ଥାନାକୁ ସୂଚନା ଦିଆଯିବା ପରେ ପୁଲିସ ମୃତଦେହ ଜବତ କରି ଭୁବନେଶ୍ୱର ସିଟି ହସ୍‍ପିଟାଲରେ ବ୍ୟବଚ୍ଛେଦ କରାଯାଇଛି। ଏନେଇ ଏକ ବିଦ୍ୟୁତ୍‍ ଆଘାତ ଜନିତ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।
ବିଦ୍ୟୁତ୍‍ ଆଘାତ ପାଇ ଗୁରୁତର ହେବା ଖବର ପାଇବା ପରେ ପରିବାର ଲୋକଙ୍କ ଅନୁରୋଧକ୍ରମେ ପାଡେପଦର ସରପଞ୍ଚ ଶ୍ରୀମତୀ ମଣିଦେଈ ମାଝୀ, ସମିତିସଭ୍ୟ ଜୁଲୁ ମାଝୀ ଓ ଶୁସିଳ କୁମାର ନାଏକ ନାମକ ବ୍ୟକ୍ତି ଚିକିତ୍ସାଳୟରେ ପହଞ୍ଚିି ଥିଲେ। ମୃତଦେହ ବ୍ୟବଚ୍ଛେଦ ପରେ ମୃତଦେହ ହସ୍ତାନ୍ତରିତ କରାଯିବା ପରେ ଲେଜର କମ୍ପାନୀର ସହଯୋଗ କ୍ରମେ ଜନ୍ମମାଟିକୁ ମୃତଦେହ ଅଣାଯାଉଥିବା ପରିବାର ଲୋକ ସୂଚନା ଦେଇଛନ୍ତି। ଅନ୍ୟପଟେ ମୃତ ତୁଳାରାମର ତିନି ସନ୍ତାନ ସମେତ ବିଧବା ପତ୍ନୀ ଅସହାୟ ହୋଇ ପଡିଛନ୍ତି। ତୁଳାରାମ ପରିବାରର ଏକ ମାତ୍ର ରୋଜଗାର କ୍ଷମ ବ୍ୟକ୍ତି ହୋଇଥିବାରୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହେଉଛି। ଏହାସହ କମ୍ପାନୀ ତରଫରୁ ମୃତ ତୁଳାରାମର ବିଧବା ପତ୍ନୀଙ୍କୁ •କିରୀରେ ନିୟୋଜିତ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

Comments are closed.