ହାତୀ ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସସ୍ପର୍ଷରେ ଆସି ମହିଳା ମୃତ

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲା ରେଙ୍ଗାଲି ଥାନା ଅନ୍ତର୍ଗତ ପଲସଦା ପଞ୍ଚାୟତର ଝାରୁପଡ଼ା ଠାରେ ଶୁକ୍ରବାର ହାତୀ ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସସ୍ପର୍ଷରେ ଆସି ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ମହିଳାଙ୍କ ନାମ ବିହରିଣୀ ଖଡ଼ିଆ (୪୫)।

ସୂଚନା ମୁତାବକ, ପଲସଦା ଗ୍ରାମର ବିଷ୍ଣୁ ସାହୁ ଓ ଝରୁପଡ଼ା ଗ୍ରାମର ପ୍ରଦୀପ ସା ତାଙ୍କ ଜମିରେ ଥିବା ଫସଲ ହାତୀ ଖାଇଯିବା ଭୟରେ ଜମି ଚାରିପଟେ ବିଦ୍ୟୁତ୍ ତାର ବିଛାଇ ଥିଲେ। ବିହରିଣୀ ଖଡ଼ିଆ ଏହା ଜାଣିନଥିଲେ। ସେ ଏହି ତାର ସସ୍ପର୍ଷରେ ଆଶିବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ରେଙ୍ଗାଲି ପୁଲିସ ଉଦ୍ଧାର କରି ମୃତଦେହ ବ୍ୟବଛେଦ ପାଇଁ ଝାରସୁଗୁଡା ଡ଼ାକ୍ତରଖାନା ପଠେଇଛି। ଏନେଇ ରେଙ୍ଗାଲି ପୁଲିସ ଅଧିକ ତଦନ୍ତ ଚଳାଇଥିବା ସୂଚନା ମିଳିଛି। ବିଦ୍ୟୁତ ତାର ବିଛାଇଥିବା ବିଷ୍ଣୁ ସାହୁ ଓ ପ୍ରଦୀପ ସାକୁ ଗିରଫ କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି।

Comments are closed.