କଲକାତାରେ ପ୍ରଥମ ଟି-୨୦ ; କୋହଲିଙ୍କୁ ବିଶ୍ରାମ,କୃଣାଲ ପାଣ୍ଡ୍ୟା ଓ ଖଲିଲ ଅହମ୍ମଦ ଦଳରେ ସାମିଲ

0

ନୂଆଦିଲ୍ଲୀ : ଓ୍ଵେଷ୍ଟଇଣ୍ଡିଜ ବିରୁଦ୍ଧରେ ୨-୦ରେ ଟେଷ୍ଟ ସିରିଜ ଓ ୩-୧ରେ ଦିନିକିଆ ସିରିଜ ଜିତିବା ପରେ ରବିବାରଠାରୁ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ଆରମ୍ଭ ହେଉଛି।

କଲକାତାର ଇଡେନ ଗାର୍ଡେନରେ ପ୍ରଥମ ମ୍ୟାଚ୍ ପାଇଁ ୧୨ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ନିୟମିତ ଅଧିନାୟକ ବିରାଟ କୋହଲିଙ୍କୁ ଏଥିରେ ବିଶ୍ରାମ ଦିଆଯାଇଛି। ତେବେ ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଏହି ଦଳରେ ଅଲରାଉଣ୍ଡର କୃଣାଲ ପାଣ୍ଡ୍ୟା ଓ ଖଲିଲ ଅହମ୍ମଦଙ୍କୁ ସାମିଲ କରାଯାଇଛି। କୋହଲିଙ୍କ ସ୍ଥାନରେ କେ.ଏଲ ରାହୁଲ ବ୍ୟାଟିଂ କରିବେ। ସେହିପରି ଏହି ମ୍ୟାଚରେ ପ୍ରଥମ ଥର ଭାରତୀୟ ଦଳ ଏମ.ଏସ ଧୋନୀଙ୍କ ବିନା ଟି-୨୦ ମ୍ୟାଚ୍ ଖେଳିବ। ଧୋନୀଙ୍କ ସ୍ଥାନରେ ଋଷଭ ପନ୍ତ ଓ୍ଵିକେଟ୍ କିପିଂ କରିବେ। ଧୋନୀଙ୍କ ଅନୁପସ୍ଥିତିରେ  ଦିନେଶ କାର୍ତ୍ତିକଙ୍କୁ ସ୍ଵତନ୍ତ୍ର ବ୍ୟାଟସମ୍ୟାନ ଭାବେ ଦଳରେ ସାମିଲ କରାଯାଇଛି। ନଭେମ୍ବର ୬ରେ ୨ୟ ମ୍ୟାଚ ଲକ୍ଷ୍ନୌ ଓ ତୃତୀୟ ଟି-୨୦ ମ୍ୟାଚ ନଭେମ୍ବର ୧୧ରେ ଚେନ୍ନାଇରେ ଖେଳାଯିବ।

ଭାରତୀୟ ଦଳ : ରୋହିତ ଶର୍ମା(ଅଧିନାୟକ), ଶିଖର ଧାଓ୍ଵନ, କେ.ଏଲ ରାହୁଲ, ଋଷଭ ପନ୍ତ, ମନୀଷ ପାଣ୍ଡେ, ଦିନେଶ କାର୍ତ୍ତିକ, କୃଣାଲ ପାଣ୍ଡ୍ୟା, ୟୁଜୁବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଭୁବନେଶ୍ଵର କୁମାର, ଯଶପ୍ରୀତ ବୁମରା, ଖଲିଲ ଅହମ୍ମଦ।

Leave A Reply