ପ୍ରଥମ ଡୋଜ୍‍ କୋଭିଡ ଟିକାକରଣ ଶେଷ : ଟିକାନେଲେ ୪ଲକ୍ଷ ୧୧ହଜାର ୯୩୯

ଭୁବନେଶ୍ବର : ରାଜ୍ୟରେ ପ୍ରଥମ ଡୋଜ୍‍ କୋଭିଡ ଟିକାକରଣ କାର୍ଯ୍ୟକ୍ରମ ଶେଷ ହୋଇଛି। ଏଥିରେ ମୋଟ୍‍ ୪ଲକ୍ଷ ୧୧ହଜାର ୯୩୯ଜଣ ଟିକା ନେଇଛନ୍ତି। ସେମାନଙ୍କ ମଧ୍ୟରେ ୨ଲକ୍ଷ ୮୭ହଜାର ୪୪୨ ସ୍ୱାସ୍ଥ୍ୟକର୍ମୀ ଏବଂ ୧ଲକ୍ଷ ୨୪ହଜାର ୪୯୭ କୋଭିଡ୍‍ ଯୋଦ୍ଧା ଅଛନ୍ତି। ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ପ୍ରଥମ ଡୋଜ୍‍ ଟିକାଦାନରେ ୮୪.୯ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀ ଏବଂ ୬୦.୯ ପ୍ରତିଶତ କୋଭିଡ୍‍ ଯୋଦ୍ଧା ଅନ୍ତର୍ଭୁକ୍ତ। ଏହି ସମୟ ମଧ୍ୟରେ ମୋଟ୍‍ ୩ ଲକ୍ଷ ୩୮ହଜାର ୭୦୦ ଜଣଙ୍କୁ ଟିକା ପ୍ରଦାନ ନେଇ ଲକ୍ଷ୍ୟ ରଖାଯାଇଥିଲା। ଆସନ୍ତାକାଲିଠାରୁ ରାଜ୍ୟରେ ଦ୍ୱିତୀୟ ଡୋଜ୍‍ ଟିକାକରଣ କରାଯିବ।

Comments are closed.