ଭାରତର ପ୍ରଥମ କରୋନା ଆକ୍ରାନ୍ତ ପୁଣି ସଂକ୍ରମିତ

ତ୍ରିଶୁର: ଭାରତର ପ୍ରଥମ କରୋନା ଆକ୍ରାନ୍ତ ପୁନର୍ବାର ସଂକ୍ରମିତ ହୋଇଛନ୍ତି। ସେ ହେଉଛନ୍ତି କେରଳର ଜଣେ ଡାକ୍ତରୀ ଛାତ୍ରୀ। ଚୀନ୍‌ର ଉହାନ୍‌ ବିଶ୍ବବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଏହି ଛାତ୍ରୀ ସେମିଷ୍ଟର ପରୀକ୍ଷା ପର ଛୁଟିରେ ନିଜ ଘରକୁ ଆସିଥିବା ବେଳେ ୨୦୨୦ ଜାନୁଆରୀ ୩୦ରେ ସଂକ୍ରମିତ ଚିହ୍ନଟ ହୋଇଥିଲେ। ତିନି ସପ୍ତାହର ଚିକିତ୍ସା ପରେ ସେ ସୁସ୍ଥତା ଲାଭ କରିଥିଲେ।

ଏବେ ସେ ପୁନର୍ବାର ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ମଙ୍ଗଳବାର ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସମ୍ପୃକ୍ତ ଛାତ୍ରୀ ଦିଲ୍ଲୀ ଯିବା ପାଇଁ ଆର୍‌ଟିପିସିଆର ପରୀକ୍ଷା କରାଇଥିଲେ ଏବଂ ସେଥିରୁ ସେ ସଂକ୍ରମିତ ବୋଲି ଜଣାପଡ଼ିଥିଲା; କିନ୍ତୁ ତାଙ୍କଠାରେ କୌଣସି ଲକ୍ଷଣ ନ ଥିବା କୁହାଯାଇଛି। ସେ ଏବେ ଘରେ ଚିକିତ୍ସାଧୀନ ଥିବାବେଳେ ସୁସ୍ଥ ଅଛନ୍ତି।

Comments are closed.