MEllora 950×100

ଦିନ ଗୋଟାଏ ମୁଖ୍ୟ ଖବର

(୧) ଅର୍ଚ୍ଚନା ନାଗ ମାମଲା… ସାମ୍ନାକୁ ଆସୁଛି ନୂଆ ନୂଆ ଚେହେରା… ଆଜି ଇଡି କାର୍ଯ୍ୟାଳୟରେ ହାଜର ହେଲେ ହୋଟେଲ ବ୍ୟବସାୟୀ ଶିବ ପ୍ରସାଦ… ଶିବଙ୍କୁ ପଚରାଉଚରା କରୁଛି ପ୍ରବର୍ତ୍ତନ ନିର୍ଦେଶାଳୟ… ନାଗ ଦମ୍ପତିଙ୍କ ସହ ଥିଲା କେମିତି ସମ୍ପର୍କ ଚାଲିଛି ଖୋଳତାଡ଼… ଗତକାଲି ଖଗେଶ୍ୱର ସହଯୋଗୀ ଚନ୍ଦନଙ୍କ ହୋଇଥିଲା ୧୨ ଘଣ୍ଟା ମାରାଥନ ଜେରା…

(୨) ଭୋଟ୍‌ ଦେଉଛି ଗୁଜରାଟ… ଦିନ ୧୧ଟା ସୁଦ୍ଧା ୧୯.୧୩% ମତଦାନ… ୮୯ଟି ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ… ୭୮୮ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଗୁଜରାଟବାସୀ… ୫୦% ବୁଥରେ ୱେବ୍‌ କାଷ୍ଟିଂ ବ୍ୟବସ୍ଥା… ଉତ୍ତେଜନାକୁ ଦୃଷ୍ଟିରେ ରଖି ମୁତୟନ ହୋଇଛନ୍ତି ପୁଲିସ…

(୩) ଜହ୍ଲାଦ ପ୍ରେମିକର ଚାଲିଛି ନାର୍କୋ ଟେଷ୍ଟ… ଭୀମରାଓ ଆମ୍ବେଦକର ଡାକ୍ତରଖାନାରେ ହେଉଛି ମିଛ ଧରା ପରୀକ୍ଷା… ତଥ୍ୟ ନମିଳିଲେ ଅଫତାବର ବ୍ରେନ୍‌ ମ୍ୟାପିଂ ପାଇଁ କୋର୍ଟରେ ଆବେଦନ କରିପାରେ ପୁଲିସ… ୫ଥର ହୋଇସାରିଲାଣି ପଲିଗ୍ରାଫ୍‌ ଟେଷ୍ଟ… ମିଳୁନି ସୁଫଳ… ଆହୁରି ତଥ୍ୟ ସଂଗ୍ରହ କରିବାକୁ ଚେଷ୍ଟା ଚଳାଇଛି ପୁଲିସ…

(୪) ସପ୍ତମ ଦିନରେ ସୁରୁଖୁରୁରେ ଚାଲିଛି ବିଧାନସଭା… ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ… ୬ଦିନର ପରେ ସ୍ୱାଭାବିକ ହେଲା ଗୃହକାର୍ଯ୍ୟ… ନାହିଁ ବିରୋଧୀଙ୍କ ହଙ୍ଗାମା…ନାହିଁ ନରାବାଜି…

(୫) ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭର ଆଜି ଦ୍ୱିତୀୟ ଦିନ… ଓଡ଼ିଶା ପାଇଁ ଜେଏସଡବ୍ଲୁ ଅଧ୍ୟକ୍ଷଙ୍କ ବଡ଼ ଘୋଷଣା… ଷ୍ଟିଲ ଓ ସୋଲର କ୍ଷେତ୍ରରେ ପୁଞ୍ଜି ନିବେଶ କରିବ କମ୍ପାନୀ … ରାଜ୍ୟରେ ହେବ ଆଉ ୧ଲକ୍ଷ କୋଟିର ପୁଞ୍ଜି ନିବେଶ… ୨୦୧୮ରେ ୬୦ ହଜାର କୋଟି ପୁଞ୍ଜି ନିବେଶ କରିଥିଲା ଜେଏସଡବ୍ଲୁ …

(୬) ହକି ବିଶ୍ୱକପ୍‌ ପାଇଁ ୭୫ କୋଟି… ୨୦୨୩ ହକି ବିଶ୍ୱକପ୍‌ ପାଇଁ ବଜେଟରେ ୭୫ କୋଟି ଟଙ୍କାର ବ୍ୟୟବରାଦ… ବିର୍ସାମୁଣ୍ଡା ଷ୍ଟାଡିୟମ ଓ କଳିଙ୍ଗ ଷ୍ଟାଡିୟମର ପରିଚାଳନା ପାଇଁ ଖର୍ଚ୍ଚ ହେବ ଟଙ୍କା… ସୂଚନା ଦେଲେ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା…

Comments are closed.