ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ମୃତ ; ୫ ଯବାନ ସହିଦ, ୫ ଗୁରୁତର

ଶ୍ରୀନଗର : ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ପାଟ୍ରୋଲିଂ ଗାଡ଼ି ଉପରକୁ ଆତଙ୍କବାଦୀଙ୍କ ଗ୍ରେନେଡ୍‌ ଆକ୍ରମଣ ଫଳରେ ୫ ସିଆରପିଏଫ ଯବାନ ପ୍ରାଣ ହରାଇଛନ୍ତି ଓ ଦୁଇ ଜଣ ଆହତ ହୋଇଛନ୍ତି। ସୁରକ୍ଷାକର୍ମୀଙ୍କ ପାଲଟା ଜବାବରେ ଜଣେ ଆତଙ୍କବାଦୀର ମୃତ୍ୟୁ ଘଟିଛି। ଏହି ଘଟଣାରେ ଜଣେ ପୁଲିସ ଇନ୍ସପେକ୍ଟରଙ୍କ ସମେତ ୫ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଜଣେ ସ୍ଥାନୀୟ ମହିଳା ଅଛନ୍ତି। ଘଟଣାସ୍ଥଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଘମାଘୋଟ ଗୁଳିବିନିମୟ ଜାରି ରହିଛି। ବୁଧବାର ଅପରାହ୍ଣ ପ୍ରାୟ ୫ଟାରେ ଅନନ୍ତନାଗର ବ୍ୟସ୍ତବହୁଳ କେପି ରୋଡସ୍ଥିତ ଅକ୍ସଫୋର୍ଡ ସ୍କୁଲ ନିକଟରେ ସିଆରପିଏଫ ଓ ରାଜ୍ୟ ପୁଲିସବାହିନୀର ପାଟ୍ରୋଲିଂ ଗାଡ଼ି ଯାଉଥିଲାବେଳେ ୨ଜଣ ଆତଙ୍କବାଦୀ ସ୍ବୟଂକ୍ରିୟ ରାଇଫଲରୁ ଗୁଳିଚାଳନା ସହ ଗ୍ରେନେଡ ମାଡ଼ କରିଥିଲେ। ଏହି ଆକ୍ରମଣରେ ସମ୍ପୃକ୍ତ ଥିବା ଦୁଇ ଆତଙ୍କବାଦୀଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି। ସୁରକ୍ଷାକର୍ମୀ ସମ୍ପୃକ୍ତ ଅଞ୍ଚଳକୁ ଘେରାଉ କରି ସନ୍ଧାନୀ ଅଭିଯାନ ଚଳାଇଛନ୍ତି।

Comments are closed.