ନୃସିଂହ ଚତୁର୍ଦଶୀ ପାଳିତ

ଗଞ୍ଜାମ : ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା, ବଡ଼ ବଜାର ଓ ହୁମା ଗ୍ରାମରେ ପବିତ୍ର ନୃସିଂହ ଚତୁର୍ଦଶୀ ପାଳିତ ହୋଇଯାଇଛି। ସକାଳୁ ଠାକୁରଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ହୁମାରେ ଏହି ଅବସରରେ ଅଷ୍ଟ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହେଉଛି। ଏହା​​‌ ଶୁକ୍ରବାର ସମାପ୍ତ ହେବ ପରେ ଠାକୁରଙ୍କ ଯାତ୍ରା ସ୍ୱରୂପ ରାତିରେ ଅପେରା ପରିବେଷଣ ହେବ ବୋଲି ଆୟୋଜକ ଠାରୁ ସୂଚନା ମିଳିଛି। ସେହିପରି ପୁଇଁତଳା ଗ୍ରାମରେ ଚାରି ପ୍ରହରୀ ନାମ ଯଜ୍ଞର ଆୟୋଜନ କରାଯାଇଛି। ସେହିପରି ବଡ଼ ବଜାର ଠାରେ ମଧ୍ୟ ନାମ ଯଜ୍ଞ ଅନୁଷ୍ଠିତ ହେଉଛି । ଏଥିପାଇଁ ସମଗ୍ର ଅଞ୍ଚଳ ଉତ୍ସବ ମୁଖର ହୋଇଛି।

Comments are closed.