କମେଡିକୁ ଆଉ ଏକ ଝଟକା- ଲାଫଟର୍‌ ଚ୍ୟାଲେଞ୍ଜର ଅନ୍ୟତମ ହାସ୍ୟ କଳାକାର ପରାଗ କଂସାରଙ୍କର ନିଧନ

ମୁମ୍ବଇ- ଲାଫଟର ଚ୍ୟାଲଞ୍ଜ ଭାରତର ଏକ ଲୋକପ୍ରିୟ ଟିଭି ସୋ’ । ହେଲେ କିଛି ଦିନ ତଲେ ଏଥିରୁ ପ୍ରସିଦ୍ଧି ପାଇଥିବା ରାଜୁ ଶ୍ରୀବାସ୍ତବଙ୍କର ନିଧନ ହୋଇଥିଲା । ଏବେ ଏହି ଟିଭି ସୋ ରେ ପ୍ରସିଦ୍ଧି ପାଇଥିବା ପରାଗ କଂସାରାଙ୍କର ମୃତ୍ୟୁ ହୋଇଛି । ହାସ୍ୟ ଅଭିନେତା ତଥା ଷ୍ଟାଣ୍ଡଅପ୍‌ କମିଡିଆନ୍‌ ସୁନୀଲ ପାଲ୍‌ ଏ ବିଷୟରେ ସୂଚନା ଦେଇଛନ୍ତି ।

କମେଡି ଦୁନିଆକୁ କାହାର ନଜର ଲାଗିଯାଇଥିବା ସୁନୀଲ୍‌ ନିଜ ସୋସିଆଲ୍‌ ମିଡିଆ ପୋଷ୍ଟରେ ଉଲ୍ଲେଖ କରିଛନ୍ତି । ପରାଗ ସବୁ ବେଳେ କୌଣସି ବିଷୟରେ ଓଲଟା ଚିନ୍ତା କରି ଲୋକଙ୍କୁ ତଥା ଅନ୍ୟ ଷ୍ଟାଣ୍ଡଅପ୍ କମିଡିଆନ୍‌ମାନଙ୍କୁ ହସାଉଥିବା ସେ ଉଲ୍ଲେଖ କରିଛନ୍ତି ।

 

ପରାଗ ବରୋଦାରେ ରହୁଥିଲେ । ସେ ଲାଫଟର ଚ୍ୟାଲେଞ୍ଜର ପ୍ରଥମ ସିଜିନ୍‌ର ପ୍ରତିଯୋଗୀ ଥିଲେ । ଏଥିରେ ସେ ଲୋକପ୍ରିୟତା ହାସଲ କରିଥିଲେ । ଏହାପରେ ସେ ଅନେକ ଲୋକପ୍ରିୟ କମେଡି ସୋ’ ରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ।

Comments are closed.