ପୋଖରୀରେ ବୁଡି ବାଳିକା ମୃତ 

କେଶଦୁରାପାଳ : ପୋଖରୀରେ ବୁଡି ଜଣେ ବାଳିକାର ମୃତ୍ୟୁ ଘଟିଥିବା ଜଣାପଡିଛି। ସୂଚନାରୁ ଜଣାଯାଏ, ଆନନ୍ଦପୁର ଥାନା ଅନ୍ତର୍ଗତ ଉଲିବସା ଗ୍ରାମର ରଘୁନାଥ ବିରୁଆଙ୍କ ଝିଅ ମିତା ବିରୁଆ(୧୦) ନିଜ ଗାମରେ ଥିବା ପୋଖରୀରେ ଧୋଇହେବାବେଳେ ଗୋଡ଼ ଖସି ଯିବାରୁ ପାଣିରେ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକମାନେ ମିତାକୁ ପୋଖରୀରୁ ଉଦ୍ଧାର କରି ଘର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକ ସଂଗେ ସଂଗେ ମିତାକୁ ଆନନ୍ଦପୁର ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିବାବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆନନ୍ଦପୁର ପୁଲିସ ମୃତଦେହକୁ ଜବଦ କରିବା ସହିତ ମୃତ ଦେହକୁ ସଂନ୍ଧ୍ୟା ହୋଇ ଯିବାରୁ ବ୍ୟବଚ୍ଛେଦ କରାଯାଇପାରି ନ ଥିବାବେଳେ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।

Comments
Loading...