ମାତ୍ର ୫୦ ଟଙ୍କା ପାଇଁ ସାଙ୍ଗକୁ ଛୁରୀ ଭୁଷି ହତ୍ୟା କଲା ସାଙ୍ଗ

ବେଙ୍ଗାଲୁରୁ – ମାତ୍ର ୫୦ ଟଙ୍କା ପାଇଁ ସାଙ୍ଗକୁ ଛୁରୀ ଭୁଷି ହତ୍ୟା କଲା ସାଙ୍ଗ । ଏପରି ଘଟଣା ବେଙ୍ଗାଲୁରୁରେ ଘଟିଛି । ଶିବ ମଧୁନାମକ ବ୍ୟକ୍ତି ଶାନ୍ତାକୁମାରଙ୍କ ଠାରୁ ୫୦ ଟଙ୍କା ଧାର୍‌ ନେଇଥିଲା । ପରେ ଏହି ଟଙ୍କା ପାଇଁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ।

ଯୁକ୍ତିତର୍କ ଏତେ ବଢିଯାଇଥିଲା ଯେ ଶାନ୍ତାକୁମାର ନିଜ ରାଗ ଉପରୁ ନିୟନ୍ତ୍ରଣ ହରାଇଥିଲା । ପରେ ସେ ଏକ ଧାରୁଆ ଛୁରୀରେ ଶିବମଧୁଙ୍କୁ ଭୂଷି ଦେଇଥିଲା । ଏହାପରେ ଘଟଣାସ୍ଥଳରେ ରକ୍ତସ୍ରାବ ଯୋଗୁଁ ଶିବାମଧୁଙ୍କର ମୃତ୍ୟୁ ହୋଇଥିଲା ।

ଶିବମଧୁଙ୍କର ମୃତ୍ୟୁ ହୋଇଯାଇଛି ଜାଣିବା ପରେ ଶାନ୍ତାକୁମାର ତୁରନ୍ତ ସେଠାରୁ ଫେରାର ହୋଇଯାଇଥିଲା । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ ପାଇଁ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି ।

Comments are closed.