ବିଦ୍ୟୁତ ଆଘାତରେ ଜଣେ ଶ୍ରମିକ ମୃତ, ଜଣେ ଗୁରୁତର

0

ଘସିପୁରା : କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ କୋଡପତା ଗ୍ରାମରେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଷରେ ଆସି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା ଜଣାପଡିଛି। ଖବରଅନୁସାରେ ବିଦ୍ୟୁତ୍ ବିଭାଗର ଜଣେ ଠିକାଦାରଙ୍କ ଅଧିନରେ ଆକରୁଆ ଗ୍ରାମର ଶେଷ ଦେବ ଜେନା ନାମକ ଜଣେ ଶ୍ରମିକ ଖୁଣ୍ଟ ପୋତୁ ଥିବାବେଳେ ଉପରେ ଜାଇଥିବା ୧୧ କେଭି ତାର ସଂସ୍ପର୍ଷରେ ଆସି  ମୃତ୍ୟୁ ବରଣ କରିଥିଲେ। ତାଙ୍କ ସହ କାମ କରୁଥିବା ମିଥୁନ ଦେନା ଗୁରୁତର ହୋଇ ଆନନ୍ଦପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

Leave A Reply