କାନ୍ଥ ଭୁଶୁଡି ନାବାଳିକା ମୃତ

ସୋର: ବାଲେଶ୍ଵର ଜିଲା ଖନ୍ତାପଡା ଥାନା ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ବାଜିପୁର ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ କାନ୍ଥ ଭୁଶୁଡି ଜଣେ ନାବାଳିକାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ନାବାଳିକା ଜଣଙ୍କ ବାଜିପୁର ଗ୍ରାମର ସଞ୍ଜୟ ନାୟକଙ୍କ ଝିଅ ଟ୍ବିଙ୍କିଲ(୧୧)। ସୂଚନା ମୁତାବକ, ସଞ୍ଜୟ ନାୟକଙ୍କ ଦୁଇ ନାବାଳିକା ଝିଅ ଟ୍ବିଙ୍କିଲ ଓ ମାମୁନ ତାର ଜେଜେମାଆ ସହ ଘରେ ଶୋଇଥିବା ବେଳେ କାନ୍ଥ ଭୁଶୁଡି ପଡିଥିଲା। ଟ୍ବିଙ୍କିଲକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲାବେଳେ ସେଠାରେ ତାର ମୃତ୍ୟୁ ଘଟିଥିଲା। ଟ୍ବିଙ୍କିଲର ଭଉଣି ମାମୁନ ଓ ଜେଜେମାଆ ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ମିଳିଛି।

Comments are closed.