ବଜ୍ରପାତରେ ଜଣେ ମୃତ, ୪ ଆହତ 

ବେଗୁନିଆ : ଗୁରୁବାର ସନ୍ଧ୍ୟା ସମୟରେ ବେଗୁନିଆ ବ୍ଲକ ଅନ୍ତର୍ଗତ ସିକୋ ପଂଚାୟତର ଖଡ଼ିପଦର ଗ୍ରାମରେ ବର୍ଷା ସାଙ୍ଗକୁ ବଜ୍ରପାତ ହେବା ଯୋଗୁଁ ଜଣେ ନାବାଳିକା ମୃତ୍ୟୁ ବରଣ କରିଥିବାବେଳେ ୪ ଜଣ ଆହତ ହୋଇ ଚିକିସ୍ଥିତ ହେଉଛନ୍ତି l ସମ୍ପୃକ୍ତ ଗ୍ରାମର ସୁବାଶ ଚନ୍ଦ୍ର ପରିଡାଙ୍କ ଝିଅ ମୀରା ପରିଡା (୧୭) ଘରେ ଥିବାବେଳେ ତାଙ୍କ ଉପରେ ବଜ୍ରପାତ ହୋଇଥିଲା l ସଂଗେ ସଂଗେ ତାଙ୍କୁ ବୋତଳମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିବାବେଳେ ଅବସ୍ଥା ଗୁରୁତର ଥିବା ଯୋଗୁଁ ତାଙ୍କୁ ଏମସ୍ ସ୍ଥାନାନ୍ତର କରାଯାଇଥିଲା l କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ l ସେହିପରି ସମ୍ପୃକ୍ତ ଗ୍ରାମର ବିନୋଦ ମଙ୍ଗରାଜଙ୍କ ପତ୍ନୀ ଏବଂ ବୋହୁ ଆହତ ହୋଇଥିବାବେଳେ କୁମର ପାଟଶାଣୀଙ୍କ ପତ୍ନୀ ଏବଂ ଛବି ପରିଡାଙ୍କ ପତ୍ନୀ ଆହତ ହୋଇ ଚିକିସ୍ଥିତ ହେଉଛନ୍ତି l ବଜ୍ରପାତରେ କିଛି ଲୋକଙ୍କର ପଙ୍ଖା ଏବଂ ଫ୍ରିଜ ଆଦି ପୋଡି ଯାଇଥିବାର ଜଣାପଡିଛି l

Comments are closed.