୧କୋଟି ମୂଲ୍ୟର ଟିଭି !

# ଆଜିକାଲି ଅଧିକାଂଶ ଲୋକ ବଡ଼ ଏଲଇଡି ଟିଭି ଦେଖିବାକୁ ପସନ୍ଦ କରୁଛନ୍ତି। ଉଚ୍ଚକ୍ଷମତାସମ୍ପନ୍ନ ଏହି ଅତ୍ୟାଧୁନିକ ଟେଲିଭିଜନ ବଜାରରେ ଏବେ ସୁନାର ଟିଭି ଉପଲବ୍ଧ। ମିଳିଥିବା ତଥ୍ୟ ଅନୁସାରେ, ବ୍ରିଟିଶ୍ ଟିଭି କମ୍ପାନୀ ‘ଏକ୍ବାଭିଜନ୍’ ୨୪ କ୍ୟାରେଟ୍‌ଯୁକ୍ତ ୧୦୦ ଇଞ୍ଚର ସୁନା ଟିଭି ତିଆରି କରିଛି। ଲଣ୍ଡନର ଏକ ମଲ୍‌ରେ ଏହି ଟିଭି ବିକ୍ରି ପାଇଁ ରହିଥିବାବେଳେ ସଂଖ୍ୟାଧିକ ଗ୍ରାହକ ସୁନାର ଟିଭି ଦେଖିବାକୁ ଆସୁଛନ୍ତି। ଏହି ଟିଭିର ଅନ୍ୟ ଏକ ମୁଖ୍ୟ ବିଶେଷତ୍ବ ହେଲା, ତାହା ୱାଟର୍‌ପ୍ରୁଫ୍। ବିଳାସମୟ ଏହି ଟିଭିର ମୂଲ୍ୟ ୧କୋଟି ୯୬ହଜାର ଟଙ୍କା ଧାର୍ଯ୍ୟ ହୋଇଛି। କମ୍ପାନୀ ଟିଭିର ନାମ ‘ଡିବି-୧୦୦’ ରଖିଛି। ୪କେ କ୍ଷମତାସମ୍ପନ୍ନ ଏହି ଟିଭିର ବୁକିଂ ମଧ୍ୟ ଆରମ୍ଭ ହୋଇଗଲାଣି। ବ୍ରି​‌େ​‌ଟନ୍‌ର ଧନିକ ଗୋଷ୍ଠୀ ଏହି ଧାଡ଼ିରେ ଆଗୁଆ। ଏକ୍ବାଭିଜନ୍‌‌ କମ୍ପାନୀ ମୁଖ୍ୟ ଅଧିକାରୀଙ୍କ ମତରେ ଗତ ୩ଦିନ ମଧ୍ୟରେ ୭୭ଜଣ ଲୋକ ଏହି ୨୪ କ୍ୟାରେଟ୍ ୱାଟରପ୍ରୁଫ୍ ଟିଭିର ବୁକିଂ କରିସାରିଲେଣି।

Comments are closed.