ପାଟଣା ବ୍ଲକରେ ଆଉ ଜଣେ କରୋନା ପଜିଭିଟ୍ ଚିହ୍ନଟ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର ଚେମଣା ପଞ୍ଚାୟତରେ ଆଜି ଆଉ ଜଣେ ଦିଲ୍ଲୀ ଫେରନ୍ତା ୩୯ବର୍ଷୀୟ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ପୂର୍ବରୁ ଚେମଣା ପଞ୍ଚାୟତ ସଙ୍ଗରୋଧ କେନ୍ଦ୍ରରୁ ତିନି ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଆଜିର ବ୍ୟକ୍ତି ଜଣକ ଜୁନ ୧୫ରେ ନୂଆଦିଲ୍ଲୀରୁ ଫେରି ସଙ୍ଗରୋଧରେ ରହିଥିଲେ । ଆଜି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତାଙ୍କୁ ସ୍ବତନ୍ତ୍ର କୋଭିଡ ହସ୍ପିଟାଲକୁ ପଠାଯାଇଛି । ଆଜିର ଘଟଣାପରେ ପାଟଣା ବ୍ଲକ ଅଞ୍ଚଳରେ କରୋନା ପଜିଟିଭଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଛି ।
ପାଟଣା ତହସିଲଦାର ଶିବପ୍ରସାଦ ମୁର୍ମୁ , ତୁରୁମୁଙ୍ଗା ଥାନା ଅଧିକାରୀ ବରେନ୍ଦ୍ର ଶିଅଳ ପ୍ରମୁଖ ଚେମଣା ପଞ୍ଚାୟତ ସଂଙ୍ଗରୋଧରୁ ବ୍ୟକ୍ତି ଜଣଙ୍କୁ ସ୍ବତନ୍ତ୍ର କୋଭିଡ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଯାଇଛି ।

Comments are closed.