ରାଜ୍ୟରେ ଆଉ ୧୯୯୩ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୯୯୩ ଜଣ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୧୧୫୪ ଏବଂ ସ୍ଥାନୀୟ ସଂକ୍ରମିତ ୮୩୯ ଜଣ ରହିଛନ୍ତି। ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲାରୁ ୫୮, ବାଲେଶ୍ୱର ଜିଲାରୁ ୧୮୧, ବରଗଡ ୧୯, ଭଦ୍ରକ ୮୬, ବଲାଙ୍ଗୀର, ବଉଦ ୧୦ ଏବଂ କଟକ ଜିଲାରୁ ୨୯୭ ଜଣ ଚିହ୍ନଟ ହୋଇଛନ୍ତି। ସେହିଭଳି ଦେବଗଡରୁ ୫, ଢେଙ୍କାନାଳ ଜିଲାରୁ ୪୪, ଗଜପତି ୫, ଗଞ୍ଜାମ ୧୩, ଜଗତସିଂହପୁର ୮୯, ଯାଜପୁର ୧୪୧, ଝାରସୁଗୁଡା ୧୦, କଳାହାଣ୍ଡି ୮, କନ୍ଧମାଳ ୧୩, କେନ୍ଦ୍ରାପଡା ୨୯, କେନ୍ଦୁଝର ୩୫ ଏବଂ ଖୋର୍ଦ୍ଧାରୁ ସର୍ବାଧିକ ୩୨୨ ଜଣଙ୍କୁ ଚିହ୍ନଟ କରାଯାଇଛି।
ରାଜ୍ୟର କୋରାପୁଟରୁ ୩୧, ମାଲକାନଗିରି ୪୨, ମୟୁରଭଞ୍ଜ ୧୧୦, ନବରଙ୍ଗପୁର ୧୫, ନୟାଗଡ ୭୮, ନୂଆପଡା ୬, ପୁରୀ ୧୪୪, ରାୟଗଡା ୨୪, ସମ୍ବଲପୁର ୧୪, ସୋନପୁର ୧୭, ସୁନ୍ଦରଗଡ ୭୫ ଏବଂ ଷ୍ଟେଟପୁଲରୁ ୫୯ ଜଣଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟରେ ଆଉ ୨୮୨୪ ଜଣ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି। ରାଜ୍ୟରେ ସଂପ୍ରତି ୨୪୫୬୭ ଜଣ ସକ୍ରି ସଂକ୍ରମିତ ରହିଛନ୍ତି।

Comments are closed.