ଶିଖ୍‍ବିରୋଧୀ ଦଙ୍ଗା ମାମଲାରେ ପ୍ରଥମ ଫାଶୀ ଦଣ୍ଡାଦେଶ

0

ନୂଆଦିଲ୍ଲୀ : ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟାକୁ ନେଇ ୧୯୮୪ରେ ସଙ୍ଘଟିତ ଶିଖ୍‍ବିରୋଧୀ ଦଙ୍ଗା ମାମଲାର ରାୟ ମଙ୍ଗଳବାର ପ୍ରକାଶ ପାଇଛି। ଦିଲ୍ଲୀର ଏକ ଅଦାଲତ ଏହି ମାମଲାରେ ପ୍ରଥମଥର ପାଇଁ ମୃତ୍ୟୁଦଣ୍ଡାଦେଶ ଦେଇଛନ୍ତି। ଯଶପାଲ ସିଂହଙ୍କୁ ମୃତ୍ୟୁଦଣ୍ଡ ମିଳିଥିବାବେଳେ ତାଙ୍କ ସହଯୋଗୀ ନରେଶ ଶେରାୱତଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଛି। ଏମାନଙ୍କ ବିରୋଧରେ ଦକ୍ଷିଣ ଦିଲ୍ଲୀର ମହିପାଲପୁର ଅଞ୍ଚଳରେ ହରଦେବ ସିଂହ ଓ ଅବତାର ସିଂହଙ୍କୁ ହତ୍ୟା କରିବାର ଅଭିଯୋଗ ହୋଇଥିଲା। ୧୪ରେ ଅଦାଲତ ଏମାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏବେ ଦଣ୍ଡ ଘୋଷଣା କରିଛନ୍ତି। ସୁରକ୍ଷା କାରଣରୁ ତିହାର ଜେଲ୍‍ ପରିସରରେ ଏହି ଦଣ୍ଡାଦେଶ ଘୋଷିତ ହୋଇଛି। ୨୦୧୫ରେ ଗଠିତ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍‍ଆଇଟି) ଦଙ୍ଗା ସମ୍ପର୍କିତ ୨୯୩ଟି ମାମଲା ମଧ୍ୟରୁ ୬୦ଟିର ପୁନଃ ତଦନ୍ତ ଆରମ୍ଭ କରିଥିଲେ। ସେଥିରୁ ପ୍ରଥମ ମାମଲାରେ ଦଣ୍ଡାଦେଶ ହୋଇଛି। ୧୯୯୪ରେ ଦିଲ୍ଲୀ ପୁଲିସ ସାକ୍ଷ୍ୟପ୍ରମାଣ ଅଭାବ ଆଳରେ ମାମଲାର ତଦନ୍ତରେ ଡୋରି ବାନ୍ଧିଥିଲା।

Leave A Reply