୧୯୮୧ ବିମାନ ଅପହରଣ ମାମଲା : ୨ ଅଭିଯୁକ୍ତ ମୁକ୍ତ

0

ନୂଆଦିଲ୍ଲୀ : ପାଖାପାଖି ୪୦ ବର୍ଷ ପୁରୁଣା ଇଣ୍ଡିଆନ୍‍ ଏୟାରଲାଇନ ବିମାନ ଅପହରଣ ମାମଲାରେ ଦିଲ୍ଲୀ ଅତିରିକ୍ତ ଦୌରା କୋର୍ଟ ବିଚାରପତି ଅଜୟ ପାଣ୍ଡେ ସୋମବାର ୨ ଜଣ ଅଭିଯୁକ୍ତଙ୍କୁ ମୁକ୍ତ କରିଛନ୍ତି। ସରକାରୀ ଓକିଲଙ୍କ ସୂତ୍ରରୁ ମିଳିଥିବା ସୂଚନାନୁସାରେ, ତାଜିନ୍ଦର ପାଲ୍‍ ସିଂହ ଓ ସତନାମ୍‍ ସିଂହ ନାମକ ଏହି ୨ ଜଣ ବ୍ୟକ୍ତି ୧୯୮୧ ସେପ୍ଟେମ୍ବର ୨୯ରେ ନୂଆଦିଲ୍ଲୀରୁ ଅମୃତସର ଦେଇ ଶ୍ରୀନଗର ଅଭିମୁଖେ ଯାଉଥିବା ଏକ ବିମାନକୁ ଅବହରଣ କରି ପାକିସ୍ତାନର ଲାହୋରଠାରେ ଅବତରଣ କରାଇଥିଲେ। ସେଠାରେ ସେମାନଙ୍କୁ ଗିରଫ କରାଯାଇ ଆଜୀବନ କାରାଦଣ୍ଡାଦେଶ ଦିଆଯାଇଥିଲା। ଦଣ୍ଡାଦେଶ ଭୋଗିବା ପରେ ୨୦୦୦ରେ ଉଭୟଙ୍କୁ ପାକିସ୍ତାନରୁ ଭାରତ ପ୍ରତ୍ୟର୍ପଣ କରାଯାଇଥିଲା। ପରେ ଏହି ମାମଲାରୁ ମୁକ୍ତି ପାଇଁ ସେମାନଙ୍କ ପକ୍ଷରୁ ହୋଇଥିବା ଏକ ଆବେଦନକୁ ନିମ୍ନ ଅଦାଲତ ଖାରଜ କରିଦେଇଥିଲେ। ୨୦୧୧ରେ ଦିଲ୍ଲୀ ପୁଲିସ ସେମାନଙ୍କ ବିରୋଧରେ ଅଭିଯୋଗ ଫର୍ଦ ଦାଖଲ କରିଥିଲା। ସେମାନଙ୍କ ବିରୋଧରେ ଭାରତ ସରକାରଙ୍କ ବିରୋଧରେ ଯୁଦ୍ଧ ଏବଂ ରାଷ୍ଟ୍ରଦ୍ରୋହ ଅଭିଯୋଗ ଅଣାଯାଇଥିଲା। ୨୦୧୭ ଜୁଲାଇରେ ସେମାନଙ୍କୁ ଜାମିନ ମିଳିଥିଲା।

Leave A Reply