ବିଜୟ ଦିବସରେ ସେନାଙ୍କୁ ମନେ ପକାଇ ପ୍ରଶଂସା କଲେ ମୋଦୀ

ନୂଆଦିଲ୍ଲୀ: ୧୯୭୧ ମସିହାରେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧରେ ଭାରତକୁ ବିଜୟୀ କରିଥିବା ସେନାଙ୍କୁ ମନେ ପକାଇ ସୋମବାର ବିଜୟ ଦିବସ ଅବସରରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେମାନଙ୍କୁ ପ୍ରଶଂସା କରିଛନ୍ତି। ମୋଦୀ କହିଛନ୍ତି ଯେ, ଭାରତୀୟ ସେନାମାନେ ଯେଉଁ ଇତିହାସ ରଚିଛନ୍ତି ତାହା ସ୍ବର୍ଣ୍ଣ ଅକ୍ଷରରେ ବର୍ଣ୍ଣିତ ହୋଇ ରହିବ।

୧୯୭୧ ମସିହାରେ ଆଜିର ଦିନରେ ହୋଇଥିବା ଯୁଦ୍ଧରେ ପାକିସ୍ତାନର ୯୦ ହଜାର ସୈନିକ ଭାରତୀୟ ସେନା ନିକଟରେ ଆତ୍ମସମର୍ପଣ କରିଥିଲେ। ପରେ ସେହି ଯୁଦ୍ଧର ଅନ୍ତ ଘଟିଥିଲା।

ମୋଦୀ ଟୁଇଟ୍ କରି ଲେଖିଛନ୍ତି ଯେ ବିଜୟ ଦିବସ ଅବସରରେ ଭାରତୀୟ ସୈନିକଙ୍କ ସାହସ, ବୀରତ୍ବ ଓ ପରାକ୍ରମକୁ ମୁଁ ମୁଣ୍ଡ ନୁଆଁଇ ସମ୍ମାନ ଜଣାଉଛି। ଆଜିର ଦିନରେ ଆମ ସେନାମାନେ ଯେଉଁ ଇତିହାସ ରଚିଛନ୍ତି, ତାହା ସର୍ବଦା ସ୍ବର୍ଣ୍ଣ ଅକ୍ଷରରେ ବର୍ଣ୍ଣିତ ହୋଇ ରହିବ।

Comments are closed.