ଜାତୀୟ କୌଶଳ ବିକାଶ ଯୋଜନାରେ ଓଡ଼ିଶାରେ ୧୯୬ ଗ୍ରାମୀଣ ଯୁବବର୍ଗଙ୍କୁ ପ୍ରଶିକ୍ଷଣ ପ୍ରଦାନ

ଭୁବନେଶ୍ୱର: ଜାତୀୟ କୌଶଳ ବିକାଶ ନିଗମ (ଏନଏସଡିସି) ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା ଭାରତ ସରକାରଙ୍କ କୌଶଳ ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟର ପ୍ରମୁଖ ଯୋଜନା ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା (ପିଏମକେଭିୱାଇ) ଅଧୀନରେ ଅମ୍ରିତା ବିଶ୍ୱ ବିଦ୍ୟାପୀଠମ୍ ପକ୍ଷରୁ ଓଡ଼ିଶାରେ (ଖୋର୍ଦ୍ଧା ଜିଲ୍ଲାର ଯାଁଳା ଓ ମେଣ୍ଢାଶାଳ) ଉପେକ୍ଷୀତ ଓ ଦୁର୍ଗମ ଗୋଷ୍ଠୀର ୧୮-୩୫ ବର୍ଷ ବୟସର ୧୯୬ରୁ ଅଧିକ ଯୁବକଯୁବତୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ଉଭୟ ପ୍ରକଳ୍ପର ନେତୃତ୍ୱ ନେଇଛି ବିଶ୍ୱବିଦ୍ୟାଳୟର ଆମ୍ମାଚି ପ୍ରୟୋଗଶାଳା, ଯାହା ଧନ୍ଦାମୂଳକ ପ୍ରଶିକ୍ଷଣ ଜରିଆରେ ଭାରତୀୟ ଯୁବବର୍ଗଙ୍କୁ ସଶକ୍ତ କରିବା ଦିଗରେ କାର୍ଯ୍ୟ କରୁଛି।
ଅମ୍ରିତା ପିଏମକେଭିୱାଇ କାର୍ଯ୍ୟକ୍ରମ ୨୦୧୮ ନଭେମ୍ବର ଠାରୁ ଶୁଭାରମ୍ଭ ହୋଇଥିବା ବେଳେ ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼, ତାମିଲନାଡୁ ଓ କେରଳର ଛଅଟି ଆକାଂକ୍ଷୀ ଜିଲ୍ଲାରେ ଏହା ୯ଟି ପିଏମକେଭିୱାଇ ପ୍ରଶିକ୍ଷଣ କେନ୍ଦ୍ର ସ୍ଥାପନ କରିଛି ଓ ଏହି ରାଜ୍ୟଗୁଡ଼ିକର ମୋଟ ୮୦୦ ଯୁବବର୍ଗଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଛି। ଏହାର ପିଏମକେଭିୱାଇ କେନ୍ଦ୍ରଗୁଡ଼ିକରେ ପ୍ରଦାନ କରାଯାଉଥିବା ସମସ୍ତ ଧନ୍ଦାମୂଳକ ପାଠ୍ୟକ୍ରମକୁ କୌଶଳ ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟର ପ୍ରସ୍ତାବିତ ନ୍ୟାସନାଲ ଅକୁପେସନାଲ ଷ୍ଟାଣ୍ଡାର୍ଡ (ଏନଓଏସ) ଅନୁସାରେ ପ୍ରସ୍ତୁତ କରାଯାଇଛି।

Comments are closed.