୩୨୦୦ ଖଣ୍ଡ ଜିଲୋଟିନ୍‍ ଷ୍ଟିକ୍‍ ସହ ୧୯୬ କ୍ୱିଣ୍ଟାଲ ବିସ୍ଫୋରକ ଜବତ; ଜଣେ ଗିରଫ

ଗଞ୍ଜାମ: ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ ଗୋପାଳପୁର ଗାଁରେ ବୁଧବାର ଗୋଦାମ ଭର୍ତ୍ତି ବିସ୍ଫୋରକ ଜବତ କରିଛି ଏସଟିଏଫ୍‍। ଏହା ସହିତ ବେଆଇନ ବିସ୍ଫୋରକ ରଖିଥିବା ଅଭିଯୋଗରେ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି। ଗିରଫ ବ୍ୟକ୍ତି ଜଣକ ହେଉଛନ୍ତି ସରୋଜ କୁମାର ପଟ୍ଟନାୟକ(୩୫)।

ସୂଚନା ଅନୁସାରେ, ଗୋଦାମରୁ ୧୯୬ କ୍ୱିଣ୍ଟାଲ ଆମୋନିୟମ ନାଇଟ୍ରେଟ୍‍, ୩୨୦୦ ଖଣ୍ଡ ଜିଲୋଟିନ୍‍ ଷ୍ଟିକ୍‍, ୧୦,୪୦୬ ଖଣ୍ଡ ଡିଟୋନେଟର ଜବତ କରାଯାଇଛି। ବିସ୍ଫୋରକ ରଖିବା ନେଇ କୌଣସି ଲାଇସେନ୍ସ ନ ଥିବା ମଧ୍ୟ ସୂଚନା ମିଳିଛି। ଅଧିକ ତଦନ୍ତ ଜାରି ରହିଛି।

Comments are closed.