୧୯୫୭ ନିର୍ବାଚନ: ପ୍ରଥମ ଥର ହୋଇଥିଲା ବୁଥ ଦଖଲ

ନୂଆଦିଲ୍ଲୀ: ୧୯୫୭ରେ ଭାରତରେ ହୋଇଥିଲା ଦ୍ଵିତୀୟ ସାଧାରଣ ନିର୍ବାଚନ। ପଣ୍ଡିତ ଜବାହାରଲାଲ ନେହେରୁଙ୍କ ନେତୃତ୍ୱାଧୀନ କଂଗ୍ରେସ ୪୯୪ଟି ଆସନ ମଧ୍ୟରୁ ୩୭୧ଟି ଆସନ ଅକ୍ତିଆର କରି ପୁଣି ଥରେ ପୁର୍ଣ ବହୁମତରେ ସରକାର ଗଠନ କରିଥିଲା। ଅନେକ ଗୁଡିଏ କାରଣରୁ ୧୯୫୭ ସାଧାରଣ ନିର୍ବାଚନ ଗୁରୁତ୍ୱପୂର୍ଣ ରହିଥିଲା। ପ୍ରଥମ ଥର ପାଇଁ ବିଜେପି ନେତା ଅଟଳ ବିହାରୀ ବାଜପାୟୀ ସଂସଦ ଭିତରକୁ ଯାଇଥିଲେ।

୩ମାସ ଯାଏଁ ଚାଲିଥିଲା ଭୋଟିଂ ପ୍ରକ୍ରିୟା
୧୯୫୭ ନିର୍ବାଚନରେ ଦେଶବାସୀ ପ୍ରଥମଥର ବୁଥ ଦଖଲ ହୋଇଥିବା ଜାଣିଲେ। ସବୁଠାରୁ ଜରୁରୀ କଥା ହେଉଛି ଯେ ସେହି ୧୯୫୭ ସାଧାରଣ ନିର୍ବାଚନରେ ଭୋଟିଂ ପ୍ରକ୍ରିୟା ୩ମାସରୁ ଅଧିକ ସମୟ ଧରି ଚାଲିଥିଲା। ପ୍ରଥମ ସାଧାରଣ ନିର୍ବାଚନରେ ମୋଟ ଆସନ ସଂଖ୍ୟା ୪୮୯ ଥିଲାବେଳେ ଦ୍ଵିତୀୟ ସାଧାରଣ ନିର୍ବାଚନରେ ଆସନ ସଂଖ୍ୟା ୪୯୪କୁ ବୃଦ୍ଧି ପାଇଥିଲା। ମୋଟ ମତଦାନ ହାର ୪୫.୪୪ ପ୍ରତିଶତ ଥିଲା।

୪ଟି ଜାତୀୟ ଓ ୧୧ଟି ଆଞ୍ଚଳିକ ଦଳ ମଧ୍ୟରେ ମୁକାବିଲା
ଏହି ସାଧାରଣ ନିର୍ବାଚନରେ ୪ଟି ଜାତୀୟ ଦଳ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସ, କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ, ଭାରତୀୟ ଜନସଂଘ ଏବଂପରାଜ ସୋସାଲିଷ୍ଟ ପାର୍ଟି ଭାଗ ନେଇଥିଲା। ଆଞ୍ଚଳିକ ସ୍ଥରରେ ୧୧ଟି ରାଜନୈତିକ ଦଳ ନିର୍ବାଚନରେ ସାମିଲ ହୋଇଥିଲେ।

ବହୁପ୍ରତିନିଧି ବ୍ୟବସ୍ତା
ଦ୍ଵିତୀୟ ସାଧାରଣ ନିର୍ବାଚନରେ ୪୦୩ଟି ସଂସଦୀୟ ଆସନରୁ ୪୯୪ ସାଂସଦଙ୍କୁ ବହୁମତ ମିଳିଥିଲା ୯୨ଟି ଏଭଳି ସଂସଦୀୟ ଆସନ ଥିଲା ଯେଉଁଥିରେ ୨ଜଣ ଲେଖାଏଁ ସାଂସଦଙ୍କୁ ଚୟନ କରାଯାଇଥିଲା, ଜଣେ ସାଧାରଣ ବର୍ଗର ଓ ଅନ୍ୟ ଜଣେ ତଫସିଲଭୁକ୍ତ ଜାତି ଉପଜାତି ବର୍ଗର। ୩୧୨ଟି ସଂସଦୀୟ ଆସନରୁ ଜଣେ ଲେଖାଏଁ ପ୍ରତିନିଧିଙ୍କୁ ଚୟନ କରାଯାଇଥିଲା। ଏହି ନିର୍ବାଚନ ପରେ ବହୁପ୍ରତିନଧି ବ୍ୟବସ୍ଥା ଉଛେଦ କରାଯାଇଥିଲା

ପ୍ରଥମ ଥର ହୋଇଥିଲା ବୁଥ ଦଖଲ
ଏହି ନିର୍ବାଚନରେ ପ୍ରଥମ ଥର ବିହାର ବେଗୁସରାୟ ଜିଲ୍ଲାର ରଚିୟାରୀ ଗାଁରେ ବୁଥ ଦଖଲ ହୋଇଥିଲା। ସ୍ଥାନୀୟ ଲୋକମାନେ ବୁଥ ଦଖଲ କରିଥିଲେ। ତା ପରେ ବୁଥ ଦଖଲ ଏକ ସାଧାରଣ ଘଟ ହୋଇଗଲା।

ପ୍ରଥମ ଥର ସଂସଦ ଗଲେ ଅଟଳ
୧୯୫୭ ଲୋକସଭା ନିର୍ବାଚନରେ ବିଜୟ ହାସଲ କରିବା ପରେ ପ୍ରଥମ ଥର ଅଟଳ ବିହାରୀ ବାଜପାୟୀ ସଂସଦକୁ ଯାଇଥିଲେ। ସେ ଉତ୍ତରପ୍ରଦେଶ ବଳରାମପୁର ଆସନରୁ ନିର୍ବାଚନ ଜିତିଥିଲେ।

Comments are closed.