ଭାରତ ପାଇଁ ୧୯୫ ରନର  ବିଜୟ ଲକ୍ଷ୍ୟ

ସିଡନୀ : ଏଠାରେ ଖେଳାଯାଉଥିବା  ଦ୍ୱିତୀୟ ଟି -୨୦ ରେ ଅଷ୍ଟ୍ରେଲିଆ ଟସ୍ ହାରିବା ପରେ ମଧ୍ୟ, ଅଷ୍ଟ୍ରେଲିଆ ଭାରତ ସମ୍ମୁଖରେ ୧୯୫ ରନର  ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି । ନିୟମିତ ଅଧିନାୟକ ଆରୋନ ଫିଞ୍ଚଙ୍କ ଅନୁପସ୍ଥିତିରେ ଦଳର ଅଗ୍ରଣୀ ୱିକେଟ୍ କିପର ମାଥ୍ୟୁ ୱେଡ ଅର୍ଦ୍ଧଶତକ ହାସଲ କରିଥିବାବେଳେ ଷ୍ଟିଭ ସ୍ମିଥ ମଧ୍ୟ ୪୬ ରନ ସଂଗ୍ରହ କରିଥିଲେ। ଏହି ସିରିଜରେ 2-0 ଅଗ୍ରଣୀ ହାସଲ କରିବାକୁ ଏବେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ସିଡନୀରେ ଚମତ୍କାର ଦେଖାଇବାକୁ ପଡିବ।

ଦୀପକ ଚହରଙ୍କ ବୋଲିଂ ଆଜି ପ୍ରଭାବହୀନ ଦେଖିବାକୁ ମିଳିଛି।  ନିଜର ଶେଷ ଓଭରରେ ୧୭ ରନ୍ ଏବଂ ମୋଟ୍ ଚାରି ଓଭର କୋଟାରେ ସେ ୪୮ ରନ୍ ଦେଇଛନ୍ତି।

ସେହିପରି ଗତ ମ୍ୟାଚ୍‌ରେ ୟୁଜୁବେନ୍ଦ୍ର ଚହଲ ଶେଷ ୧୧ ଜଣିଆ ଟିମରେ ସାମିଲ ନ ହୋଇ ମଧ୍ୟ  ଟିମ୍ ଇଣ୍ଡିଆ ପାଇଁ ତିନିଟି ୱିକେଟ୍  ନେଇ ଦଳକୁ ଜିତାଇଥିଲେ। ଏଥର ଦଳରେ ସାମିଲ ହେବା ପରେ ମଧ୍ୟ ଅଧିକ ରନ ଦେଇଛନ୍ତି। ସେ ଚାରି ଓଭରରେ ୫୧ ରନ୍ ଦେବା ସହ ଶେଷ ଓଭରରେ ଗୋଟିଏ ୱିକେଟ୍ ମଧ୍ୟ ପାଇଥିଲେ।

 

Comments are closed.