ରାଜ୍ୟରେ ୨୪ ଘଣ୍ଟାରେ ୧୯୪୮ ନୂଆ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୧୯୪୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ସଂଗରୋଧରୁ ୧୧୨୦ ଏବଂ ସ୍ଥାନୀୟ ସଂକ୍ରମିତ ୮୨୮ ଜଣ ରହିଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନଗୁଳ ଜିଲାରୁ ୮୫, ବାଲେଶ୍ୱର ୯୮, ବରଗଡ ୧୭, ଭଦ୍ରକ ୫୯ ଏବଂ ବଲାଙ୍ଗିର ଜିଲାରୁ ୭ ଜଣ ରହିଛନ୍ତି ।

ସେହିଭଳି ବଉଦ ଜିଲାରୁ ୪, କଟକ ୨୭୯, ଦେବଗଡ ୫, ଢେଙ୍କାନାଳ ୩୪, ଗଜପତି ୪, ଗଞ୍ଜାମ ୬, ଜଗତସିଂହପୁର ଜିଲାରୁ ୧୧୩ ଚିହ୍ନଟ ହୋଇଛନ୍ତି । ଯାଜପୁର ଜିଲାରୁ ୧୧୫, ଝାରସୁଗୁଡା ୬, କଳାହାଣ୍ଡି ୪, କନ୍ଧମାଳ ୧୯ ଏବଂ କେନ୍ଦ୍ରାପଡା ଜିଲାରୁ ୧୧୨ ଜଣଙ୍କୁ ଚିହ୍ନଟ କରାଯାଇଛି । ଏହି ସମୟ ମଧ୍ୟରେ କେନ୍ଦୁଝରରୁ ୨୧, ଖୋର୍ଦ୍ଧାରୁ ୪୮୦, କୋରାପୁଟ ୭, ମାଲକାନଗିରି ୨୪, ମୟୁରଭଞ୍ଜ ୬୬ ଏବଂ ନବରଙ୍ଗପୁରରୁ ୯ ଜଣ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି ।

ଦିନକ ମଧ୍ୟରେ ନୟାଗଡରୁ ୮୮, ନୂଆପଡା ୨, ପୁରୀ ୮୩, ରାୟଗଡା ୧୮, ସମ୍ବଲପୁର ୨୫, ସୁନ୍ଦରଗଡ ୪୭ ଏବଂ ଷ୍ଟେଟପୁଲରୁ ୯୯ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ୧୯୪୩ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ସଂପ୍ରତି ୧୯୬୨୩ ଜଣ ସକ୍ରିୟ କରୋନା ରୋଗୀ ରିହଥିବା ଜଣାଯାଇଛି ।

Comments are closed.