ଦେଶରେ ନୂଆ ୧,୯୪,୭୨୦ କରୋନା ରୋଗୀ; ୪୪୨ ମୃତ

ନୂଆଦିଲ୍ଲୀ: ଦେଶରେ ମଙ୍ଗଳବାର ଦିନକ ମଧ୍ୟରେ ୧,୯୪,୭୨୦ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିସହିତ ଦିନକ ମଧ୍ୟରେ ୪୪୪୨ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଦୈନିକ ସଂକ୍ରମଣ ହାର ୧୧.୦୫% । ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪ ଲକ୍ଷ ୮୪ ହଜାର ୬୫୫କୁ ବୃଦ୍ଧିପାଇଛି । ସଂପ୍ରତି ୯,୫୫,୩୧୯ ଜଣ ସକ୍ରିୟ କରୋନା ଆକ୍ରାନ୍ତ ଅଛନ୍ତି । ଇତିମଧ୍ୟରେ କରୋନାରୁ ୩,୪୬,୩୦,୫୩୬ ଜଣ ସୁସ୍ଥ ହୋଇସାରିଲେଣି । ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୪୮୬୮କୁ ବୃଦ୍ଧିପାଇଛି ।

Comments are closed.