ପଞ୍ଜାବ ପାଇଁ ୧୯୨ ରନର ବିଜୟ ଲକ୍ଷ୍ୟ

ଆବୁଧାବି : ଆଇପିଏଲ -୨୦୨୦ରେ ଗୁରୁବାର କିଙ୍ଗସ୍ ଏକାଦଶ ପଞ୍ଜାବ ଓ ମୁମ୍ବଇ ଇଣ୍ଡିଆନ୍ସ ମଧ୍ୟରେ ମୁକାବିଲା ଅନୁଷ୍ଠିତ ହେଉଛି। ମୁମ୍ବଇ ଇଣ୍ଡିଆନ୍ସ ପକ୍ଷରୁ କିଙ୍ଗସ୍ ଏକାଦଶ ପଞ୍ଜାବ ପାଇଁ ୧୯୨ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଟସ୍ ଜିତି କିଙ୍ଗସ୍ ଏକାଦଶ ପଞ୍ଜାବ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।

ପ୍ରଥମେ ବ୍ୟାଟିଂ କରି ଅଧିନାୟକ ରୋହିତ ଶର୍ମାଙ୍କ ୭୦ ରନ ବଳରେ ମୁମ୍ବଇ ଇଣ୍ଡିଆନ୍ସ ୪ ୱିକେଟ ହରାଇ ୧୯୧ ରନ୍ ସଂଗ୍ରହ କରିଛି। ଦଳ ପକ୍ଷରୁ ପୋଲାର୍ଡ ୪୭ ଓ ହାର୍ଦିକ ପାଣ୍ଡ୍ୟା ୩୦ ରନ କରିଛନ୍ତି।

ଉଭୟ ଦଳ ୩ଟି ଲେଖାଏଁ ମ୍ୟାଚ ଖେଳି ଗୋଟିଏ ଲେଖାଏଁ ମ୍ୟାଚରେ ବିଜୟ ଲାଭ କରିଛନ୍ତି। ତେଣୁ ଉଭୟ ଦଳ ମ୍ୟାଚ ଜିତିବା ପାଇଁ ଆଶା ରଖିଛନ୍ତି।

Comments are closed.