ଓଡ଼ିଶା ଫେରିଲେଣି ୧,୯୧,୯୨୫ ପ୍ରବାସୀ ଓଡ଼ିଆ

ଭୁବନେଶ୍ବର: ଦେଶର ବିଭିନ୍ନ ରାଜ୍ୟରେ ରହିଥିବା ଓଡ଼ିଆ ଭାଉଭଉଣୀମାନେ ଦୈନିକ ଓଡ଼ିଶା ଫେରୁଛନ୍ତି। ଆଜି ୧୫,୭୭୩ ଜଣ ଓଡ଼ିଆ ଭାଉଭଉଣୀ ଓଡ଼ିଶାରେ ପହଞ୍ଚିଛନ୍ତି। ଏପର୍ଯ୍ୟନ୍ତ ବାହାର ରାଜ୍ୟଗୁଡ଼ିକରୁ ଓଡ଼ିଶାକୁ ୧,୯୧,୯୨୫ ଜଣ ଫେରିଛନ୍ତି। ସେମାନେ ବସ୍‌, ଟ୍ରେନ୍‌ ଓ ଅନ୍ୟ ଯାନବାହନରେ ଆସିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ଓଡ଼ିଶା ମାଟିରେ କୌଣସି ପ୍ରବାସୀ ଶ୍ରମିକ ପାଦରେ ଚାଲିଚାଲି ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ଯେପରି ନ ଯାଆନ୍ତୁ, ତାହା ସୁନିଶ୍ଚିତ କରିବା ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ କାର୍ଯ୍ୟ କରୁଛନ୍ତି। ପ୍ରବାସୀ ଶ୍ରମିକମାନଙ୍କ ଯାତାୟତରେ ରାଜ୍ୟର ପ୍ରତ୍ୟେକ ପୁଲିସ ଷ୍ଟେସନ ସହାୟତା କରୁଛନ୍ତି।

ବାର୍ଷିକ ହାଇସ୍କୁଲ ପରୀକ୍ଷା ଖାତା ମୂଲ୍ୟାୟନ ପ୍ରକ୍ରିୟା ଅମ୍ପନ ବାତ୍ୟା ପରେ ହିଁ ଆରମ୍ଭ ହେବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଭିନ୍ନ କେନ୍ଦ୍ରରେ ଖାତା ଦେଖିବା ସମ୍ପର୍କିତ ବିସ୍ତୃତ ମାର୍ଗଦର୍ଶିକା ଜାରି କରାଯାଇଛି ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.