ରାଜ୍ୟର ୧୯ଟି ନଦୀ ପ୍ରଦୂଷିତ : ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ

ନୂଆଦିଲ୍ଲୀ : ଦେଶର ୩୫୧ଟି ପ୍ରଦୂଷିତ ନଦୀ ମଧ୍ୟରୁ ଓଡ଼ିଶାର ୧୯ଟି ନଦୀ ରହିଛି । ଗଙ୍ଗୁଆ, ଗୁରଡିହୀନାଳ, କାଠଯୋଡ଼ି, ନନ୍ଦିରାଜୋର, ଦୟା, କୂଆଖାଇ, ବଙ୍ଗୁରୁନାଳ, ଭେଡେନ, ବ୍ରାହ୍ମଣୀ, ବୁଢ଼ାବଳଙ୍ଗ, କୁସୁମୀ, ମହାନଦୀ, ମଙ୍ଗଳା, ନାଗାବଳୀ, ନୂନା, ରତ୍ନଚିରା, ଋଷିକୂଲ୍ୟା, ସବୁଳିଆ, ସେଢ଼ୁଆ ନଦୀ ଆଦି ନଦୀ ପ୍ରଦୂଷିତ ତାଲିକାରେ ରହିଛି ବୋଲି କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଇଂ. ବିଶ୍ବେଶ୍ବର ଟୁଡୁ ଲୋକସଭାରେ ଜଣାଇଛନ୍ତି।

Comments are closed.