୨୦୦୭ କୁଲଟା ଗାଁର ଗୋଷ୍ଠୀ ସଂଘର୍ଷ ମାମଲା : ୧୯ ଜଣଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର : ଗଞ୍ଜାମ ଜିଲା କୁଲଟା ଗାଁରେ ଗୋଷ୍ଠୀ ସଂଘର୍ଷରେ ଜଣଙ୍କ ମୃତ୍ୟୁ ଘଟିଥିବା ମାମଲାର ବୁଧବାର ରାୟ ପ୍ରକାଶ ପାଇଛି । ଏକ  ମାମଲା ବ୍ରହ୍ମପୁର ଏଡିଜେ-୧ କୋର୍ଟ ଦୋଷୀ ସାବ୍ୟସ୍ତ ହୋଇଥିବା ୧୯ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ୧୯ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇସାରିଛି ।

ସୂଚନାଯୋଗ୍ୟ, ୨୦୦୭ରେ ଗଞ୍ଜାମ ଜିଲାରେ କୁଲଟା ଗାଁରେ ଏକ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଦୁଇ ଗାଷ୍ଠୀଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ମହେଶ୍ୱର ସାସମଲ ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା ।

Comments are closed.