ଦେଶରେ ୧୮,୮୩୩ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ମଙ୍ଗଳବାର ଦିନକ ମଧ୍ୟରେ ୧୮,୮୩୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହିତ ଦିନକ ମଧ୍ୟରେ ୨୪,୭୭୦ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ପରୀକ୍ଷା କରାଯାଉଥିବା ନମୁନା ମଧ୍ୟରୁ ସଂକ୍ରମଣ ହାର ୦.୭୩% ରହିଛି । ସଂପ୍ରତି ଦେଶରେ ଦୈନିକ ସଂକ୍ରମଣ ହାର ୧.୩୪% ଏବଂ ସାପ୍ତାହିକ ସଂକ୍ରମଣ ହାର ୧.୬୮% ରହିଛି । ଏଥିସହିତ ଆରୋଗ୍ୟ ହାର ୯୭.୯୪% ରହିଛି । ଦେଶରେ ଏପର୍ଯ୍ୟନ୍ତ ମୋଟ ୩,୩୧,୭୫,୬୫୬ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ଏଥିସହିତ ସଂପ୍ରତି ୨,୪୬,୬୮୭ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି । ମଙ୍ଗଳବାର ସଂଧ୍ୟା ସୁଦ୍ଧା ମୋଟ ୫୭.୬୮ କୋଟି ନମୁନା ପରୀକ୍ଷା କରାଯାଇଛି । ସେହି ସମୟ ମଧ୍ୟରେ ୯୨.୧୭ କୋଟି ପାନ ଟିକା ଦିଆଯାଇସାରିଛି ।

Comments
Loading...