ବୟସ୍କଙ୍କ ପେଟରୁ ବାହାରିଲା ୧୮୭ ମୁଦ୍ରା

ବାଗାଲକୋଟେ(କର୍ଣ୍ଣାଟକ) : ଜଣେ ବୟସ୍କ ବ୍ୟକ୍ତିଙ୍କ ପେଟରୁ ଡାକ୍ତର ଅେସ୍ତ୍ରାପଚାର କରି ୧୮୭ଟି ମୁଦ୍ରା(କଏନ) ବାହାର କରିଛନ୍ତି। ରାଏଚୁର ଜିଲାର ୫୮ବର୍ଷୀୟ ଡାୟାମାପା ନାମକ ଜଣେ ବ୍ୟକ୍ତିଙ୍କ ପେଟରେ ପ୍ରବଳ ଯନ୍ତ୍ରଣା ଅନୁଭୂତ ହେବାରୁ ତାଙ୍କୁ ବାଗାଲକୋଟେରେ ଥିବା ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରୀକ୍ଷାରୁ ତାଙ୍କ ପେଟରେ ଅନେକ ମୁଦ୍ରା ଥିବା ଜଣାପଡ଼ିଥିଲା। ସେହି ମୁଦ୍ରାଗୁଡ଼ିକୁ କାଢ଼ିବାକୁ ଡାକ୍ତର ଅପରେସନ କରିଥିଲେ। ବର୍ତ୍ତମାନ ତାଙ୍କ ଅବସ୍ଥା ଭଲ ଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି । ସଂପୃକ୍ତ ବ୍ୟକ୍ତିଜଣକ ମାନସିକ ରୋଗୀ ହୋଇଥିବାରୁ ମୁଦ୍ରା ଗୁଡ଼ିକୁ ଗଳି ଦେଇଥିବା ଅନୁମାନ କରାଯାଉଛି।
Comments are closed.