ଆଉ ୧୮୬ କରୋନା ଆକ୍ରାନ୍ତ ସୁସ୍ଥ ; ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩୭୨୦କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟରେ ରବିବାର ଆଉ ୧୮୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩୭୨୦କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଆଜି କଟକରୁ ସର୍ବାଧିକ ୬୨ ଜଣ, କନ୍ଧମାଳରୁ ୪୧, ଖୋର୍ଦ୍ଧାରୁ ୩୨ ଓ ଗଞ୍ଜାମରୁ ୧୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ମୟୁରଭଞ୍ଜରୁ ୮, ଅନୁଗୋଳରୁ ୭, କେନ୍ଦୁଝରରୁ ୫ ଏବଂ ମାଲକାନଗିରି, ନୟାଗଡ ଓ ପୁରୀରୁ ୪ ଜଣ ଲେଖାଏଁ ଆରୋଗ୍ୟ ଲାଭ କରିଛନ୍ତି।

ଅନ୍ୟପକ୍ଷରେ ବାଲେଶ୍ବର, ଦେବଗଡ ଏବଂ ସୁବର୍ଣ୍ଣପୁରରୁ ୨ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ତେବେ ସୁନ୍ଦରଗଡରୁ ଆଜି ଜଣେ ଆରୋଗ୍ୟ ଲାଭ କରିଛନ୍ତି।

Comments are closed.