ଦେଶରେ ଚିହ୍ନଟ ହେଲେ ୧୮,୧୩୨ ନୂଆ ଆକ୍ରାନ୍ତ; ସୁସ୍ଥ ହେଲେ ୨୧,୫୬୩

ନୂଆଦିଲ୍ଲୀ: ଦେଶରେ ରବିବାର ଦିନକ ମଧ୍ୟରେ ୧୮,୧୩୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହିତ ଦିନକ ମଧ୍ୟରେ ୨୧,୫୬୩ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ରବିବାର କରାଯାଇଥିବା ନମୁନା ପରୀକ୍ଷାରୁ ସଂକ୍ରମିତ ଚିହ୍ନଟ ସଂଖ୍ୟା ୦.୬୭% ରହିଚି । ଏଥିସହିତ ଦେଶରେ ଦୈନିକ ସଂକ୍ରମଣ ହାର ୧.୭୫% ଏବଂ ସାପ୍ତାହିକ ସଂକ୍ରମଣ ହାର ୧.୫୩% ରହିଥିବା ଜଣାଯାଇଛି । ସେହି ସମୟରେ କରୋନାରୁ ଆରୋଗ୍ୟ ହାର ୯୮% ହୋଇଛି, ଯାହା ୨୦୨୦ ମାର୍ଚ୍ଚ ପରବର୍ତ୍ତୀ ସମୟରେ ସର୍ବାଧିକ । ରବିବାର ସଂଧ୍ୟା ସୁଦ୍ଧା ମୋଟ ୫୮.୩୬ କୋଟି ନମୁନା ପରୀକ୍ଷା କରାଯାଇଥିବାବେଳେ ମୋଟ ୯୫.୧୯ କୋଟି ପାନ ଟିକା ଦିଆଯାଇଛି । ଏପର୍ଯ୍ୟନ୍ତ କରୋନାରୁ ମୋଟ ୩,୩୨,୯୩,୪୭୮ ଜଣ ସୁସ୍ଥ ହୋଇସାରିଲେଣି । ସଂପ୍ରତି ଦେଶରେ ୨,୨୭,୩୪୭ ଜଣ ସକ୍ରିୟ କରୋନା ରୋଗୀ ରହିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ଜଣାଯାଇଛି ।

Comments
Loading...