୧୮ ସ୍ଲୁଇସ୍ ଗେଟ୍ ଦେଇ ହୀରାକୁଦରୁ ନିଷ୍କାସିତ ହେଉଛି ବନ୍ୟାଜଳ

ଖୋଲିଲା ଆଉ ୬ ସ୍ଲୁଇସ୍ ଗେଟ୍

ହୀରାକୁଦ : ଉପର ମୁଣ୍ଡରେ କ୍ରମାଗତ ବର୍ଷା ଫଳରେ ହୀରାକୁଦ ଜଳଭଣ୍ଡାରର ଜଳ ପତନ ବୃଦ୍ଧି ପାଇଛି । ଫଳରେ ଗତକାଲି ୬ଟି ସ୍ଲୁଇସ୍ ଗେଟ୍ ଖୋଲା ଯାଇଥିବା ବେଳେ ଆଜି ପର୍ଯ୍ୟାୟ କ୍ରମେ ଆଉ ୧୨ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇ ଜଳ ଭଣ୍ଡାରରୁ ଜଳ ନିଷ୍କାସନ ଜାରୀ ରହିଛି । ହୀରାକୁଦ ଡ଼୍ୟାମର ମୋଟ୍ ୧୮ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରୀ ରହିଛି । ଡ଼୍ୟାମ୍ ର ବାମ ଫାଖର ୧୨ଟି ଏବଂ ଡ଼ାହାଣ ପାଖର ୬ଟି ସ୍ଲୁଇସ୍ ଗେଟ୍ ଓ ଅନ୍ୟାନ୍ୟ ପାୱାର ଚାନେଲ ଦେଇ ବନ୍ୟାଜଳ ନିଷ୍କାସନ ଜାରୀ ରହିଛି । ଜଳ ଭଣ୍ଡାରର ଜଳ ପତନ ଉପରେ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ଓ ବିଶେଷଜ୍ଞ ମାନେ ତୀକ୍ଷ୍ନ ଦୃଷ୍ଟି ରଖିଛନ୍ତି । ଆବଶ୍ୟକ ପଡିଲେ ଆହୁରି ଅଧିକ ସଂଖ୍ୟା ସ୍ଲୁଇସ୍ ଗେଟ୍ ଖୋଲାଯାଇ ଜଳ ନିଷ୍କାସନ କରାଯିବ ବୋଲି ଜଣାପଡିଛି ।
ଜଳ ଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୯୨ ହଜାର ୬୨୮ ଘନଫୁଟ୍ ଜଳ ପ୍ରବେଶ କରୁଛି। ସେହି ସମୟରେ ମୋଟ୍ ୧୮ଟି ସ୍ଲୁଇସ୍ ଗେଟ୍ ଓ ଅନ୍ୟାନ୍ୟ ପାୱାର ଚାନେଲ ଦେଇ ପ୍ରତି ସେକେଣ୍ଡରେ ୩ ଲକ୍ଷ ୧୭ ହଜାର ୬୪ ଘନଫୁଟ୍ ରୁ ଅଧିକଜଳ ମହାନଦୀକୁ ଛଡାଯାଉଛି। ବନ୍ଧର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ରହିଥିବା ବେଳେ ଜଳ ଭଣ୍ଡାରର ଜଳ ପତନ ଆଜି ଅପରାହ୍ନ ୩ଟା ସୁଦ୍ଧା ୬୨୮.୩୩ ଫୁଟ୍ ରହିଛି ।

Comments are closed.