ବନ୍ଦେ ଭାରତ ମିଶନରେ ଦେଶକୁ ଫେରିଛନ୍ତି ୧୮ ଲକ୍ଷ ଭାରତୀୟ

ବନ୍ଦେ ଭାରତ ମିଶନ ଅଧୀନରେ କରୋନା କଟକଣା ଯୋଗୁ ବିଦେଶରେ ଅଟକି ରହିଥିବା ୧୮ ଲକ୍ଷ ଭାରତୀୟଂକୁ ବିଭିନ୍ନ ପ୍ରକ୍ରିୟାରେ ଦେଶକୁ ଅଣାଯାଇଥିବା ଜଣାପଡିଛି। ଗୁରୁବାର ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ ଏହି ମିଶନର ସପ୍ତମ ପର୍ଯ୍ୟାୟ ଚଳିତ ମାସ ପ୍ରଥମ ଦିନରୁ ଆରମ୍ଭ ହୋଇଛି ଏବଂ ଆଜି ସୁଦ୍ଧା ୧୮ଟି ଦେଶରୁ ୪୪୪ଟି ଆନ୍ତର୍ଜାତୀୟ ବିମାନ ଉଡ଼ାଣ କରାଯାଇ ବିଦେଶରୁ ଭାରତୀୟଂକୁ ଅଣାଯାଇଛି।

ସେ କହିଛନ୍ତି ଯେ ଏଥିରେ ଦ୍ୱିପାକ୍ଷିକ ବିମାନ ସେବା ବ୍ୟବସ୍ଥା ଥିବା ୧୪ଟି ଦେଶର ବିମାନ ରହିଛି। ମୁଖପାତ୍ର କହିଛନ୍ତି ଯେ ସମ୍ପୃକ୍ତ ବିମାନଗୁଡ଼ିକ ଦେଶର ୨୧ଟି ବିମାନବନ୍ଦରରେ ପ୍ରାୟ ୮୦ହଜାର ଲୋକଙ୍କୁ ଦେଶକୁ ଫେରିବା ବ୍ୟବସ୍ଥା କରିଛନ୍ତି।

Comments are closed.