୧୮,୫୪,୨୫୦ ନମୁନା ପରୀକ୍ଷା : ଆଇସିଏମ୍‍ଆର୍‍

ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୯୪ ହଜାର ୬୭୧ ନମୁନାର ପରୀକ୍ଷା କରାଯାଇଛି । ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‍ଆର୍‍) କହିଛି, ଦେଶର ବିଭିନ୍ନ ସରକାରୀ ଓ ବେସରକାରୀ ପରୀକ୍ଷାଗାରରେ ବର୍ତ୍ତମାନ ସୁଦ୍ଧା ମୋଟ୍‍ ୧୮ଲକ୍ଷ ୫୪ ହଜାର ୨୫୦ ନମୁନା ପରୀକ୍ଷା କରାଯାଇଛି ।  ଇତିମଧ୍ୟରେ ଆଇସିଏମ୍‍ଆର୍‍ ପକ୍ଷରୁ କୋଭିଡ୍‍ ନାଇଣ୍ଟିନ୍‍ ପରୀକ୍ଷା ନିମନ୍ତେ ସରକାରୀ ଓ ବେସରକାରୀ ପରୀକ୍ଷାଗାର ଗୁଡ଼ିକୁ ଅନୁମତି ପ୍ରଦାନ ଜାରି ରହିଛି ।
ସେହିପରି ବର୍ତ୍ତମାନ ସୁଦ୍ଧା ପରୀକ୍ଷା ନିମନ୍ତେ ୩୫୧ଟି ସରକାରୀ ଓ ୧୪୦ଟି ବେସରକାରୀ ପରୀକ୍ଷାଗାରକୁ ଅନୁମତି ପ୍ରଦାନ କରାଯାଇଛି ।
ଆଇସିଏମ୍‍ଆର ପକ୍ଷରୁ ମଧ୍ୟ ବର୍ତ୍ତମାନ ସୁଦ୍ଧା ୩୫ଟି ଅନୁଷ୍ଠାନକୁ PLACID  ଟ୍ରାଏଲ୍‍ ପାଇଁ ଅନୁମତି ପ୍ରଦାନ କରାଯାଇଛି ।

Comments are closed.