ସୋମବାର ରାଶିଫଳ ( ୧୭-୦୮-୨୦୨୦ )

ମେଷ: ସତ୍‍ପଥଗାମୀ ହେବେ। ବିବେକୀ ବ୍ୟକ୍ତି ଭାବେ ଜନାଦୃତ ହୋଇପାରନ୍ତି। ଜନପ୍ରିୟତା ଅର୍ଜନ କରିବେ। କଥାବାର୍ତ୍ତା ସ୍ନେହପୂର୍ଣ୍ଣ ହେବ। କର୍ମଚଞ୍ଚଳ ରହିବେ। ଯଶସ୍ୱୀ ହେବେ। ପ୍ରୀତି ଲାଭ ସହିତ ସର୍ବାଙ୍ଗୀନ ଉନ୍ନତି ହେବ।

ବୃଷ: ସାଙ୍ଗଠନିକ କାର୍ଯ୍ୟର ନେତୃତ୍ୱ ନେବେ। କାର୍ଯ୍ୟ ହାସଲ କରିବାରେ ପାରଙ୍ଗମ ହେବେ। ବେଳେବେଳେ ଚପଳମତି ହୋଇପାରନ୍ତି। ଦ୍ୟୁତପ୍ରିୟ ହେବେ। ପରଧନରେ ଧନୀ ହୋଇପାରନ୍ତି। ରସିକତା, ବାଚାଳତାରେ ପରିଣତ ହେବ।

ମିଥୁନ: ପ୍ରଭୂତ ବିତ୍ତର ଅଧିକାରୀ ହେବେ। ବିଳାସ ବ୍ୟସନଠାରୁ ଦୂରେଇ ରହିବେ। ସୁଖୀ ହେବେ। ଜମି-ଜମା ଲାଭର ସୂଚନା ମିଳୁଛି। ଧର୍ମପ୍ରିୟ ହେବେ। ପାଣ୍ଡିତ୍ୱର ପରିପ୍ରକାଶ ଘଟାଇ ପାରନ୍ତି। ଶିଳ୍ପ ପାରଦର୍ଶୀ ହେବେ। ହାସ୍ୟଯୁକ୍ତ ଓ କର୍ମଚଞ୍ଚଳ ହେବେ।

କର୍କଟ: ଉଚ୍ଚସମ୍ମାନ ଲାଭ କରିବେ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଖାଦ୍ୟ ପେୟ ରୁଚିକର ହେବ। ମାନ୍ୟତା ପ୍ରାପ୍ତ ହେବେ। ବିନୀତ ସ୍ୱଭାବର ହେବେ। ଧର୍ମପରାୟଣ ହେବେ। ସର୍ବାଙ୍ଗୀନ ଉନ୍ନତି ଘଟିବ। ସର୍ବତ୍ର ଶୁଭ ଆଶା କରାଯାଏ।

ସିଂହ: କାର୍ଯ୍ୟ ଆୟତ୍ତାଧୀନ ହୋଇପାରେ। ପାରିବାରିକ ଶାନ୍ତି ଅବ୍ୟାହତ ରହିବ। ବାଣିଜ୍ୟ ଲାଭଜନକ ହେବ। ଆଶା ଫଳବତୀ ହେବ। ପ୍ରଭାବ ନ୍ୟୂନ ହୋଇପାରେ। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ଭୟାତୁର ହେବା ଆଶା କରାଯାଏ।

କନ୍ୟା: ପାରିବାରିକ ସୁଖ-ସମୃଦ୍ଧି ଅବ୍ୟାହତ ରହିବ। ସର୍ବ ଶୁଭର ସୂଚନା ମିଳୁଛି। ମନୋଜ୍ଞ ହୋଇପାରନ୍ତି। ବିଚକ୍ଷଣ ହେବେ। କାନ୍ତିଯୁକ୍ତ ହେବେ। ବହୁ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ସରକାରୀ ମାନ୍ୟତା ମିଳିବ। ବହୁ ଆତ୍ମୀୟଙ୍କ କୃପାପାତ୍ର ହେବେ।

ତୁଳା: ସୁଖୀ ହେବେ। ସମ୍ମାନିତ ହୋଇପାରନ୍ତି। କାର୍ଯ୍ୟରେ ସ୍ୱଚ୍ଛତା ବଜାୟ ରଖିବାକୁ ଉଦ୍ୟମ ଜାରି ରଖିବେ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ପୁଣ୍ୟବାନ୍‍ ହେବେ। ବିଖ୍ୟାତ କୀର୍ତ୍ତିର ଅଧିକାରୀ ହେବେ। ଦୃଢ଼ଜ୍ଞ ଓ କର୍ମ ଦକ୍ଷ ହେବେ।

ବିଛା: ସେବା-ପୂଜାରେ ନିଜକୁ ନିୟୋଜିତ କରିପାରନ୍ତି। ଦିନଟି ସମସ୍ୟା ବହୁଳ ହୋଇପାରେ। ସନ୍ତାନ ସୁଖରେ ସୁଖୀ ହେବେ। ଜିତେନ୍ଦ୍ରିୟ ହେବେ। ଧର୍ମରତ ହୋଇପାରନ୍ତି। ବିଭାଗୀୟ କର୍ମକର୍ତ୍ତାଙ୍କ ପ୍ରିୟ ଭାଜନ ଓ ବାନ୍ଧବପୂଜିତ ହେବେ।

ଧନୁ: ଗମନା-ଗମନ ଶୁଭଦାୟକ ହେବ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଖର୍ଚ୍ଚ ପାଇଁ କୁଣ୍ଠା ପ୍ରକାଶ କରିପାରନ୍ତି। ବହୁଧନର ଅଧିକାରୀ ହେବେ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ଉଚ୍ଚସ୍ଥାନ ଆରୋହଣ ଓ ଜଳଯାତ୍ରା ମନା।

ମକର: ବନ୍ଧୁ ମିଳନ ଘଟିବ। ବୁଦ୍ଧି ଚାଳନା କରି କାର୍ଯ୍ୟ ହାସଲ କରିବେ। ଗୁରୁକୃପା ଲାଭ କରିପାରନ୍ତି। କର୍ମକ୍ଷେତ୍ରରେ ସଫଳତା ମିଳିବ। ସନ୍ମାର୍ଗୀ ଓ ଦୟାଳୁ ସ୍ୱଭାବର ହେବେ। ସୁଲକ୍ଷଣା ପତ୍ନୀଙ୍କ ପରାମର୍ଶ ଓ ସହଯୋଗ ଉପାଦେୟ ହେବ।

କୁମ୍ଭ: ଧୈର୍ଯ୍ୟ ଧରି ଶତ୍ରୁର ମୁକାବିଲା କରିପାରନ୍ତି। କର୍ମ କୁଶଳତା ଆପଣଙ୍କୁ ମହାନ୍‍ କରି ଗଢ଼ି ତୋଳିବ। ଦାନ-ଧର୍ମରେ ଦୀକ୍ଷିତ ହେବେ। ଗୁଣବାନ୍‍ ହୋଇପାରନ୍ତି। ସ୍ୱାଭିମାନୀ ହେବେ। ଶତ୍ରୁ ଦମନ କରି ମାନସିକ ଶାନ୍ତି ଫେରି ପାଇବେ।

ମୀନ: ତୀର୍ଥଯାତ୍ରା ଶୁଭପ୍ରଦ ହେବ। ଜ୍ଞାନ-ଗରିମାଯୁକ୍ତ ହେବେ। ଉତ୍ତମ ସ୍ୱାସ୍ଥ୍ୟ ସମ୍ପନ୍ନ ହୋଇପାରନ୍ତି। ବହୁ ମିତ୍ରଙ୍କ ସହଯୋଗ ପାଇ ଖୁସି ହୋଇପାରନ୍ତି। ଦେବ ଓ ଗୁରୁଭକ୍ତିରେ ନିଜକୁ ଉତ୍ସର୍ଗ କରିପାରନ୍ତି। ସନ୍ତାନ ସୁଖରେ ସୁଖୀ ହେବେ।

Comments are closed.