ଆଉ ୧୭୮ କରୋନା ଆକ୍ରାନ୍ତ ସୁସ୍ଥ, ମୋଟ ଆରୋଗ୍ୟଙ୍କ ସଂଖ୍ୟ ୧୮୯୪କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟରେ ଆଜି ଆଉ ୧୭୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ଆରୋଗ୍ୟଙ୍କ ସଂଖ୍ୟ ୧୮୯୪କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏ ସଂପର୍କରେ ସୂଚନା ଦଆଯାଇଛି।

ଆଜି ସୁସ୍ଥ ହୋଇଥିବା ୧୭୮ ଜଣଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୩୯, ଗଜପତିରୁ ୨୩, ନୂଆପଡାରୁ ୨୨ ଓ ଭଦ୍ରକରୁ  ୧୭ଜଣ ଅଛନ୍ତି। ସେହିପରି ନୟାଗଡରୁ ୧୫, ଗଞ୍ଜାମରୁ ୧୪, କେନ୍ଦ୍ରାପଡାରୁ ୧୦, ଢେଙ୍କାନଳ ଓ କଳାହାଣ୍ଡିରୁ ୯ ଜଣ ଲେଖାଏଁ, ସୁନ୍ଦରଗଡରୁ ୬ଜଣ ଏବଂ ବାଲେଶ୍ବରରୁ ୪ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଅନ୍ୟ ପକ୍ଷରେ କଟକ, ବଲାଙ୍ଗୀର ଓ ମାଲକାନଗିରି ଜିଲ୍ଲାରୁ ୨ ଜଣ ଲେଖାଏଁ, ଜଗତସିଂହପୁର, ଝାରସୁଗୁଡା, ନବରଙ୍ଗପୁର ଏବଂ ପୁରୀରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।

ତେବେ ଗୋଟିଏ ଦିନରେ ଏତେ ସଂଖ୍ୟକ କରୋନା ଆକ୍ରନ୍ତ ସୁସ୍ଥ ହେବା ରାଜ୍ୟ ପାଇଁ ଆଶ୍ବସ୍ତିକର ଖବର। ଅନ୍ୟପକ୍ଷରେ ରାଜ୍ୟରେ ସକ୍ରିୟ କରୋନା ମାମଲା ୯୫୧ ରହିଛି। ଆରୋଗ୍ୟଙ୍କ ସଂଖ୍ୟ ୧୮୯୪ ଥିବାବେଳେ ମୃତ୍ୟୁ ସଂଖ୍ୟା ୯ ରହିଛି। ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮୫୬ରେ ପହଞ୍ଚିଛି। ଏଯାବତ ରାଜ୍ୟରେ ୧,୭୬,୦୯୮ଟି ନମୁନା ପରୀକ୍ଷା କରାଯାଇଛି।

Comments are closed.