ରାଜ୍ୟରେ ୧୭୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ୨ ମୃତ

ଭୁବନେଶ୍ୱର: ରାଜ୍ୟରେ ଦିନକ ମଧ୍ୟରେ ୧୭୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହିତ ଦୁଇଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ବରଗଡ ଜିଲାର ୬୫ ବର୍ଷ ବୟସ୍କା ଜଣେ ମହିଳା ଏବଂ ଖୋର୍ଦ୍ଧାର ୭୯ ବର୍ଷ ବୟସ୍କା ମହିଳା ଅନ୍ତର୍ଭୁକ୍ତ । ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ସଂଗରୋଧରୁ ୧୦୫ ଏବଂ ସ୍ଥାନୀୟ ସଂକ୍ରମିତ ୭୩ ଜଣ ରହିଛନ୍ତି । ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‍ ବୟସର ୩୭ ଜଣ ରହିଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସୂତ୍ରରୁ ଜଣାଯାଇଛି । ଏଥିସହିତ ଦିନକ ମଧ୍ୟରେ କରୋନା ସଂକ୍ରମଣରୁ ୨୩୩ ଜଣ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ମୋଟ ୧୦୪୧୩୬୫ ଜଣ ସୁସ୍ଥ ହୋଇସାରିଲେଣି । ସଂପ୍ରତି ରାଜ୍ୟରେ ୧୮୯୮ ଜଣ ସକ୍ରିୟ କରୋନା ଆକ୍ରାନ୍ତ ରହିଛନ୍ତି । ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୨ ଜଣ, ବାଲେଶ୍ୱର ୩, ବରଗଡ ୧, ଭଦ୍ରକ ୧, କଟକ ୧୩, ଦେବଗଡ ୨, ଢେଙ୍କାନାଳ ୫, ଜଗତସିଂହପୁର ୨, ଯାଜପୁର ୫, ଝାରସୁଗୁଡାରୁ ୨ ଜଣ ଅଛନ୍ତି । ସେହିଭଳି କେନ୍ଦ୍ରାପଡାରୁ ୧, କେନ୍ଦୁଝର ୨, ଖୋର୍ଦ୍ଧା ୮୫, କୋରାପୁଟ ୧, ମୟୁରଭଞ୍ଜ ୬, ପୁରୀ ୩, ସମ୍ବଲପୁର ୧୫, ସୁନ୍ଦରଗଡ ୧୦ ଓ ଷ୍ଟେଟପୁଲରୁ ୧୯ ଜଣ ରହିଛନ୍ତି ।

Comments are closed.