ଓଡ଼ିଶାରେ ଆଉ ୧୭୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦିନକ ମଧ୍ୟରେ ୧୭୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଦିନକ ମଧ୍ୟରେ ୩୦୭ ଜଣ ସୁସ୍ଥ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ସଂଗରୋଧରୁ ୧୦୨ ଓ ସ୍ଥାନୀୟ ସଂକ୍ରମିତ ୭୧। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‍ ବୟସର ୨୧ ଜଣ ଅଛନ୍ତି। ରାଜ୍ୟର ବାଲେଶ୍ୱର ଜିଲାରେ ୩, ବରଗଡ ୩, ବଲାଙ୍ଗିର ୧, କଟକ ୪, ଦେବଗଡ ୧, ଢେଙ୍କାନାଳ ୨, ଗଜପତି ୩, ଜଗତସିଂହପୁର ୨ ଓ ଯାଜପୁରେ ୭ ଜଣ ଚିହ୍ନଟ ହୋଇଛନ୍ତି। ଝାରସୁଗୁଡାରେ ୧, କେନ୍ଦ୍ରାପଡା ୧, ଖୋର୍ଦ୍ଧା ୮୬, କୋରାପୁଟ ୧, ମୟୁରଭଞ୍ଜ ୧୯, ପୁରୀ ୫, ରାୟଗଡା ୧, ସମ୍ବଲପୁର ୫, ସୁନ୍ଦରଗଡ ୭ ଓ ଷ୍ଟେଟପୁଲରୁ ୧୯ ଜଣଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ ୧୦୪୦୯୨୭ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି। ସଂପ୍ରତି ୨୦୦୧ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।

Comments are closed.