ରାଜ୍ୟରେ ୧୭୧ ନୂଆ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୭୧ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ସଂଗରୋଧରୁ ୯୮ ଓ ସ୍ଥାନୀୟ ସଂକ୍ରମିତ ୭୩ ଜଣ ରହିଛନ୍ତି । ଚିହ୍ନଟ ନୂଆ ସଂକ୍ରମିତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ୩୪ ଜଣ ଥିବା ଜଣାଯାଇଛି । ରାଜ୍ୟର ଅନୁଗୁଳରୁ ୧, ବାଲେଶ୍ୱର ୫, ବରଗଡ ୧, ବଉଦ ୩, କଟକ ୧୦, ଢେଙ୍କାନାଳ ୧, ଗଜପତି ୨, ଗଞ୍ଜାମ ୭, ଜଗତସିଂହପୁର ୧, ଯାଜପୁର ୭ ଓ ଝାରସୁଗୁଡାରେ ୨ ଜଣ ଚିହ୍ନଟ ହୋଇଛନ୍ତି । ସେହିଭଳି କଳାହାଣ୍ଡିରେ ୨, କେନ୍ଦ୍ରାପଡା ୪, କେନ୍ଦୁଝର ୧, ଖୋର୍ଦ୍ଧା ୭୬, ମୟୁରଭଞ୍ଜ ୫, ପୁରୀ ୫, ରାୟଗଡା ୧, ସମ୍ବଲପୁର ୧୩, ସୋନପୁର ୧, ସୁନ୍ଦରଗଡ ୫ ଓ ଷ୍ଟେଟପୁଲରୁ ୧୮ ଜଣଙ୍କୁ ଚିହ୍ନଟ କରାଯାଇଛି । ଦିନକ ମଧ୍ୟରେ ୨୭୧ ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ସଂପ୍ରତି ୨୨୨୬ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି ।

Comments are closed.