ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୨୦୦ ତଳକୁ ଖସିଲା; ଦିନକରେ ୧୭୦ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗୁରୁବାର ଦିନକ ମଧ୍ୟରେ ୧୭୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହିଦ ରାଜ୍ୟରେ ଦୈନିକ ସଂକ୍ରମଣ ସଂଖ୍ୟା ୨୦୦ ତଳକୁ ଖସିଛି । ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ସଂଗରୋଧରୁ ୯୮ ଓ ସ୍ଥାନୀୟ ସଂକ୍ରମିତ ୭୨ ଜଣ ରହିଛନ୍ତି । ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର ୨୪ ଜଣ ରହିଥିବା ଜଣାଯାଇଛି । ବାଲେଶ୍ୱରରୁ ୧୧, ବରଗଡ ୨, ଭଦ୍ରକ ୪, ବଲାଙ୍ଗିର ୩, କଟକ ୧୯ ଏବଂ ଦେବଗଡରୁ ଜଣେ ଚିହ୍ନଟ ହୋଇଛନ୍ତି । ଢେଙ୍କାନାଳରେ ୧, ଗଜପତି ୧, ଗଞ୍ଜାମ ୩, ଜଗତସିଂହପୁର ୭, ଯାଜପୁର ୮, ଝାରସୁଗୁଡା ୧, କେନ୍ଦ୍ରାପଡା ୧୧ ଓ କେନ୍ଦୁଝରରୁ ୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରେ ୬୧, ମୟୁରଭଞ୍ଜ ୩, ପୁରୀ ୧, ସମ୍ବଲପୁର ୯, ସୋନପୁର ୩, ସୁନ୍ଦରଗଡ ୫ ଓ ଷ୍ଟେଟପୁଲରୁ ୧୪ ଜଣଙ୍କୁ ଚିହ୍ନଟ କରାଯାଇଛି । ଦିନକ ମଧ୍ୟରେ ୪୪୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ସଂପ୍ରତି ରାଜ୍ୟରେ ୩୬୫୧ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି ।

Comments are closed.